ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

imagesମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ଓ ବନ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ଚେକ୍ ଆକାରରେ ଅର୍ଥ ପ୍ରଦାନ କରାଯାଇଛି ।
Central warehousing corporation ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଥିବା ବେଳେ ଭୁବନେଶ୍ଵର ର ବିନାୟକ ଚାରିଟେବୁଲଟ ଟ୍ରଷ୍ଟ ପକ୍ଷରୁ ୨ ଲକ୍ଷ ଟଙ୍କା ,All Odisha Tent house and suppers owners Association ପକ୍ଷରୁ ୬୦ ହଜାର ଟଙ୍କା , କୋଲକାତାର ପ୍ରବାସୀ ଓଡିଆ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ଅନୁଷ୍ଠାନ ମାନଙ୍କ ବଦାନ୍ୟତା ପାଇଁ ସାଧୁବାଦ ଜଣାଇଥିଲେ । ପାରାଦୀପ ଫସଫେଟ୍ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ ଲକ୍ଷ ୩ହଜାର ୪୨୫ଟଙ୍କା ପ୍ରଦାନ କରାଯାଇ ଥିଲା ।

Share in top social networks!