ବିପିୟୁଟି ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପ୍ରଦାନ

45757ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଉଦ୍ୟମ ଅବ୍ୟାହତ ରଖି ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ପକ୍ଷରୁ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ବିପିୟୁଟି ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ଏଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପ୍ରଦାନ କରାଯାଇଅଛି । ୨୦୦୬ ମସିହା ଠାରୁ ପ୍ରତି ବର୍ଷ ପ୍ରଦାନ କରାଯାଇ ଆସୁଥିବା ଏହି ମର୍ଯ୍ୟାଦା ଜଣକ ପୋସ୍କୋ ଟି.ଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ଚଳିତ ବର୍ଷ ବିପିୟୁଟି ଓ କିଟ୍ ବିଶ୍ଵବିଦ୍ୟାଳୟରୁ ୫ଜଣ ଲେଖାଏଁ ମୋଟ ୧୦ ଜଣ ମେଧାବୀ ବିଦ୍ୟାର୍ଥୀ ଙ୍କୁ ପ୍ରଦାନ କରାଯାଇଅଛି । ଚଳିତବର୍ଷ (୨୦୧୩ -୧୪ ) ଏହି ମେଧାବୃତ୍ତି ପାଇଥିବା ବିପିୟୁଟି ଛାତ୍ରଛାତ୍ରୀମାନେ ହେଉଛନ୍ତି ପ୍ରେରଣା ଶର୍ମା,ଏଲିନା ମିଶ୍ର, ସୁନୀଲ କୁମାର ପାଢି,ଅଳକା ଅଗ୍ରୱାଲ,ଓ ସୋନୁ ଅଗ୍ରୱାଲ । ସେହିପରି ପୋସ୍କୋ ଟିଜେ ପାର୍କ ଫାଉଣ୍ଡେସନ ମେଧାବୃତ୍ତି ପାଇଥିବା କିଟ୍ ବିଶ୍ୱବିଦ୍ୟାଳୟର ୫ ଜଣ ବିଦ୍ୟାର୍ଥୀ ହେଉଛନ୍ତି ; ଚନ୍ଦ୍ରେସ କୁମାର ମହାଜନ,ରୋହଣ ନନ୍ଦୀ,ନେହା ସଙ୍ଗାନେରିଆ,ମୁନମୁନ୍ ଚକ୍ରବର୍ତ୍ତୀ ଏବଂ କରନ ଖଣ୍ଡେଲୱାଲ୍ । ପୋସ୍କୋ ଟିଜେ ପାର୍କ ଫାଉଣ୍ଡେସନ ର କାର୍ଯ୍ୟକାରୀ ଉପ ସଭାପତି ଶ୍ରୀ ଉ-ଇନ୍-ଌ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ମାନ ଜନକ ମେଧାବୃତ୍ତି ପ୍ରଦାନ କରିବା ଅବସରରେ କହିଥିଲେ ଯେ, “ପୋସ୍କୋ ଟିଜେ . ପାର୍କ ଫାଉଣ୍ଡେସନ ଆଗାମୀ ପିଢୀ ମଧ୍ୟରେ ନେତୃତ୍ଵର ବିକାଶ କରାଇବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଏହାର ଉଦ୍ୟମ ଜାରି ରଖିଛି । ପୋସ୍କୋ ଏସିଆ ଫେଲୋସିପ୍ ନାମରେ ସାରା ଏସିଆ ମହାଦେଶରେ ସ୍ଵତନ୍ତ୍ର ଭାବେ ଏକ ଆନ୍ତର୍ଜାତିକ ମେଧାବୃତ୍ତି ଯୋଜନାର ବିକାଶ ନିମନ୍ତେ ଫାଉଣ୍ଡେସନ ପ୍ରାଧାନ୍ୟ ଦେଉଛି । ” ଏହି ମେଧାବୃତ୍ତି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ଏସିଆ ମହାଦେଶରେ ଏକ ଉତ୍ତମ ପାରମ୍ପରିକ ବୁଝାମଣା ପ୍ରତିଷ୍ଠା ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପୋସ୍କୋ ଇଣ୍ଡିଆ ଡିଏମଡି ଶ୍ରୀ ହୋ-ଚାନ୍ ର୍ୟୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ସ୍ଵାଗତ ଭାଷଣ ରେ କହିଥିଲେ ଯେ , “ ସମଗ୍ର ବିଶ୍ଵ ଦରବାରରେ ଭାରତ ବର୍ଷ ଏହାର ବୌଦ୍ଧିକ ମାନବସମ୍ବଳର ଉପଲବ୍ଧତା ନେଇ ବେଶ୍ ସୁପ୍ରତିଷ୍ଠିତ । ମୋର ଏହା ଦୃଢ ବିଶ୍ଵାସ ଯେ, ଏହି ନବ ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କଲେ ଆଗାମୀ ଦିନ ମାନଙ୍କରେ ଭାରତ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖରକୁ ଯାଇ ପାରିବ ।” ଓଡିଶାରେ ପ୍ରସ୍ତାବିତ ସମନ୍ଵିତ ଇସ୍ପାତ ସମ୍ପର୍କରେ ମତ ଦେଇ ଶ୍ରୀ ର୍ୟୁ କହିଥିଲେ ଯେ , “ପୋସ୍କୋ ଚଳିତ ବର୍ଷ ଓଡିଶାରେ ପ୍ରସ୍ତାବିତ ଏହାର ସମନ୍ଵିତ ଇସ୍ପାତ ପ୍ରକଳ୍ପରେ ଏକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ଏହାବ୍ୟତୀତ ଗତ ବର୍ଷ ଆମେ ମହାରାଷ୍ଟ୍ରରେ ମଧ୍ୟ ଏକ ଉଚ୍ଚ ଗୁଣସମ୍ପର୍ଣ୍ଣ ଅଟୋମେଟିଭ୍ ଷ୍ଟିଲ୍ ମିଲ୍ କୁ କାର୍ଯ୍ୟକ୍ଷମ କରିପାରିଛୁ ।” ସ୍ଥାନୀୟ ବାସିନ୍ଦାକୁ ସାଙ୍ଗରେ ନେଇ ବିକାଶ କରିବାରେ ପୋସ୍କୋ ବିଶ୍ଵାସ ରଖିଯାଏ । ପ୍ରସ୍ତାବିତ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସମାଜରେ ଆର୍ଥିକ ଅଭିବୃଦ୍ଧି ଓ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତିରେ ସାଧକ ସାଜିବ । ଏହି ଲକ୍ଷ୍ୟ ହାସଲ ଦିଗରେ ଆପଣମାନଙ୍କ ଭଳି ଦକ୍ଷ ନବ ପ୍ରତିଭାମାନେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ସଂପାଦାନ କରିବେ ବୋଲି ପୋସ୍କୋ ଇଣ୍ଡିଆ ଡ଼ିଏମଡ଼ି ଶ୍ରୀ ହୋ-ଚାନ୍ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ବିଜ୍ଞାନ, ଶିକ୍ଷା ,ଗୋଷ୍ଠୀ ଉନ୍ନୟନ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନ କୁ ଉତ୍ସାହିତ କରିବା ନିମିତ୍ତ ଟିଜେ ପାର୍କ ଫାଉଣ୍ଡେସନ ଏହି ପୁରସ୍କାର ପ୍ରଦାନ କରି ଆସୁଛି ।

Share in top social networks!