ଭୁବନେଶ୍ଵର ସହର ଏକ ନଲେଜ ହବ ହେବାକୁ ଯାଉଛି-ମନ୍ତ୍ରୀ ଶ୍ରୀମିଶ୍ର

download
ଭୁବମେଶ୍ଵରକୁ ଏକ ଅନ୍ୟତମ ବାଣିଜ୍ୟ କେନ୍ଦ୍ର ସ୍ଥଳ ଭାବେ ଗଢି ତୋଳିବା ଲକ୍ଷ୍ୟ ନେଇ ଜି.ଆଇ.ଆର.ଇ.ଏମ୍ ଓଫ ବିଡିଏ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ଅତିରିକ୍ତ ଶାସନ ସଚିବ ତାହା ଉନ୍ନୟନ କମିଶନର ଶ୍ରୀ ଇଞ୍ଜେତି ଶ୍ରୀନିବାସ,ବିଡିଏର ଉପାଧ୍ୟକ୍ଷ ଶ୍ରୀ ବିଶାଳ ଦେବ ଓ ବି.ଏମ୍.ସି କମିଶନର ଶ୍ରୀ ସଞ୍ଜୀବ କୁମାର ମିଶ୍ରଙ୍କ ଉପସ୍ଥିତିରେ ବିଡିଏ ପକ୍ଷରୁ ସହର ଓ ଆଞ୍ଚଳିକ ଯୋଜନାର ସଭ୍ୟ ଶ୍ରୀ ପୀତବାସ ସାହୁ,ଜି.ଆଇ.ଆର.ଇ.ଏମ୍ ଅଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ପାଣି,ଏହି ଏମଓୟୁ ସ୍ଵାକ୍ଷର କରିଛନ୍ତି । ଆଇଟି କ୍ଷେତ୍ରରେ ଏହି ସହର ଏକ ପ୍ରମୁଖ ସହର ଭାବେ ଉଭା ହେଲାଣି । ଏଠାରେ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଅନ୍ୟାନ୍ୟ ଉଚ୍ଚମାନର ଶିକ୍ଷାନୁଷ୍ଠାନ ଗଢି ଉଠିବା ସଙ୍ଗେସଙ୍ଗେ ଏହା ଏବେ ଏକ ନଲେଜ ହବ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଭୁବନେଶ୍ଵର ଜନସାଧାରଣଙ୍କର ଜୀବନଧାରଣ ଶୈଳୀରେ ଉନ୍ନତି ଆଣିବା,ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ମାନବ ସମ୍ବଳ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା,ପୁଞ୍ଜି ନିବେଶକାରୀଙ୍କୁ ଉତ୍ସାହିତ କରିବା ଏହାର ମୂଳ ଲକ୍ଷ୍ୟ । ଭୁବମେଶ୍ଵରକୁ ଇକୋ-ସାମାଜିକ ଓ ଅର୍ଥନୈତିକ ହବ୍ ଭାବେ ଗଢିବା ତୋଳିବା,ସମନ୍ଵିତ ସହରାଞ୍ଚଳ ସାଉଥ ସିଟି ପୁନର୍ଗଠନ କରିବା,କଟକ ଓ ଭୁବନେଶ୍ଵର ମଧ୍ୟରେ ଭବିଷ୍ୟତ ଅର୍ଥନୈତିକ ଜୋନ୍ ଭାବେ ଉନ୍ନତି କରିବା,ବଜାର ସୃଷ୍ଟି କରିବା,ସୂଚନା ଓ ପ୍ରକ୍ଷେତ୍ରରେ ୧ ଲକ୍ଷ(ପ୍ରତ୍ୟକ୍ଷ)ଓ ୫ ଲକ୍ଷ (ପରୋକ୍ଷ)ନିଯୁକ୍ତି ସୃଷ୍ଟି କରିବା ଏହି ଏମଓୟୁର ମୂଳ ଲକ୍ଷ ବୋଲି ବିଭାଗ ପକ୍ଷରୁ ଜଣାପଡିଛି ।

Share in top social networks!