ପୁରୀ ନେତାଜୀ ସ୍ମାରକୀ ସଂଗ୍ରହାଳୟ ଇନଟାକ୍ ଦ୍ଵାରା ପୁନଃ ନିର୍ମାଣ ଯୋଜନା

images
ଆଜି ସଚିବାଳୟସ୍ଥ ସଂସ୍କୃତି ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ନେତାଜୀଙ୍କ ପିତାଙ୍କ ଯୌଥ ପରିବାର ନାମରେ ରହିଥିବା ଏହି କୋଠାକୁ ସଂସ୍କୃତି ବିଭାଗକୁ ହସ୍ତାନ୍ତର ପରେ ସେଠାରେ ନେତାଜୀ ସ୍ମାରକୀ ସଂଗ୍ରହାଳୟ ପୁନଃ ନିର୍ମାଣ ସମ୍ପର୍କରେ ପ୍ରୋଜେକ୍ଟ ପ୍ଳାନ ପ୍ରସ୍ତୁତ ସମ୍ବନ୍ଧେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଇନଟାକ୍ ଦ୍ଵାରା ପ୍ରସ୍ତୁତ ବିଲଡିଙ୍ଗ ପ୍ଳାନ ସ୍କେଚ୍ କୁ ଅନୁଧ୍ୟାନ କରି କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ଇନଟାକ୍ ନିର୍ଦ୍ଦେଶକ ମଲିକା ମିତ୍ର ମନ୍ତ୍ରୀଙ୍କୁ ସମସ୍ତ ଟେକନିକାଲ ବିଷୟ ଅବଗତ କରାଇଥିଲେ । ନିର୍ଦ୍ଦେଶକ ସଂସ୍କୃତି ଶ୍ରୀ ସୁଶୀଲ ଦାସ,ସୂଚନା ଅଧିକାରୀ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରୋଜେକ୍ଟ ରେ ୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ନେତାଜୀଙ୍କ ଏକ ପୂର୍ଣାବୟବ ବ୍ରୋଞ୍ଜ ମୂର୍ତ୍ତି ନିର୍ମାଣ,କୋଠା ପରିସରରେ ଲାଇଟ ସୁଇମିଂ ପୁଲ୍,ୱାଟର ଫାଉଣ୍ଟେନ,ଉଦ୍ୟାନ,ପାର୍କିଂ ଆଦି କରାଯିବାର ଯୋଜନା ରହିଛି ।

Share in top social networks!