ଓପିଏସସି ପରୀକ୍ଷା : ଇଂରାଜୀ କିମ୍ବା ଓଡିଆରେ ଉତ୍ତର

45687
ପ୍ରଶ୍ନପତ୍ର ଇଂରାଜୀରେ ଲେଖିଥିବ । କିନ୍ତୁ ଉତ୍ତର ଓଡିଆ ଭାଷାରେ ବି ଲେଖା ଯାଇପାରିବ । ପରୀକ୍ଷାର୍ଥୀ ଚାହିଁଲେ ନିଜ ପସନ୍ଦ ମୁତାବକ ଯେକୌଣସି ଭାଷାରେ ଉତ୍ତର ଲେଖିପାରିବେ । ସର୍ତ କେବଳ ଏତିକି ଗୋଟିଏ ଉତ୍ତର ଖାତାରେ ଏକକାଳୀନ ଏକାଧିକ ଭାଷା ବ୍ୟବହାର କରାଯାଇ ପାରିବ ନାହିଁ । ପରୀକ୍ଷାର୍ଥୀ ନିର୍ଦ୍ଧିଷ୍ଟ ଭାବେ କେଉଁ ଭାଷାରେ ଉତ୍ତର ଲେଖିବେ,ସେକଥା ଆଗୁଆ ଆବେଦନ କଲାବେଳେ ସ୍ପଷ୍ଟ କରିବେ । ତାଛଡା,ସବୁ ପରୀକ୍ଷାରେ ସେହି ଗୋଟିଏ ଭାଷା ହିଁ ବ୍ୟବହାର କରିବେ। ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସବୁ ପ୍ରତିଯୋଗୀତା ମୂଳକ ମନୋନୟନ ପରିକୟା ଏଣିକି ଏହି ଢାଞ୍ଚାରେ ଚାଲିବ । ଓଡିଶା ପ୍ରଶାସନିକ ସେବା (ଓଏଏସ)ପରୀକ୍ଷା ସମେତ ଓପିଏସସି ଦ୍ଵାରା କରାଯାଉଥିବା ସବୁନିଯୁକ୍ତି ପରୀକ୍ଷା ଗୁଡିକୁ ଓଡିଆ ଭାଷାରେ କରିବା ନିମନ୍ତେ ହୋଇ ଆସୁଥିବା ଦାବି ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି । ଓପିଏସସିରୁ ମିଳିଥିବା ସୂଚନାମୁତାବକ ରାଜ୍ୟସାଧାରଣ ପ୍ରଶାସନ ବିଭାକଗର ନିଷ୍ପତ୍ତି ଅନୁସାରେ ଏହା ସ୍ଥିର ହୋଇଛି । ଓପିଏସସି ପରିଚାଳିତ ସବୁ ପରୀକ୍ଷାରେ ଭାଷା(ଓଡିଆ ବା ହିନ୍ଦୀ….)କୁ କୁ ଛାଡି ଅନ୍ୟ ସବୁ ବିଷୟରେ ପ୍ରଶ୍ନପତ୍ର ଇଂରାଜୀରେ ପ୍ରସ୍ତୁତ କରାଯିବ । ପ୍ରାର୍ଥୀମାନେ କିନ୍ତୁ ବର୍ଣନାତ୍ମକ ପ୍ରଶ୍ନର ଉତ୍ତର ନିଜ ପସନ୍ଦ ମୁତାବକ ଓଡିଆ ବା ଇଂରାଜୀ ଯେକୌଣସି ଭାଷାରେ ଲେଖି ପାରିବେ । ତେବେ ସେଥିପାଇଁ ପ୍ରାର୍ଥୀମାନେ କେଉଁ ଭାଷାରେ ଉତ୍ତର ଲେଖିବେ ତାହା ଆବେଦନ ଫର୍ମରେ ସ୍ପଷ୍ଟ ଦର୍ଶାଇଥିବା ଦରକାର । କୌଣସି ପ୍ରାର୍ଥୀ ଗୋଟିଏ ଖାତାରେ ଏକକାଳୀନ ଦୁଇଟି ଭାଷାରେ ଉତ୍ତର ଲେଖିପାରିବେ ନାହିଁ । ଯେକୌଣସି ଗୋଟିଏ ଭାଷାକୁ ସେମାନଙ୍କୁ ବାଛିବାକୁ ପଡିବ । ଭିନ୍ନ ଭିନ୍ନ ବିଷୟର ପରୀକ୍ଷା ପାଇଁ ବାରମ୍ବାର ଭାଷା ବଦଳାଇ ପାରିବ ନାହିଁ । ଓଡିଆ ବା ଅନ୍ୟଭାଷାକୁ ଛାଡି ବାକି ସବୁ ପ୍ରଶ୍ନ ଇଂରାଜୀର ତିଆରି ହେବ। ଇଂରାଜୀ ବା ଅନ୍ୟ ଭାଷା ବିଷୟରେ ପରୀକ୍ଷାକୁ ଛାଡି,ପ୍ରାର୍ଥୀ ଚାହିଁଲେ ଅନ୍ୟ ସାବି ବିଷୟର ଉତ୍ତର ଓଡିଆରେ ଲେଖିପାରିବେ । ଏଣୁ ଇଚ୍ଛୁକ ପରୀକ୍ଷାର୍ଥୀ ମାନେ ପ୍ରଚଳିତ ମାପଦଣ୍ଡ ଅନୁସାରେ ଗାମୀ ଓଏଏସ ପରୀକ୍ଷାରେ ଓଡିଆ ଭାଷାରେ ଉତ୍ତର ଲେଖିପାରିବେ ବୋଲି ଓପିଏସସି ର ସ୍ଵତତ୍ତ୍ଵ ସଚିବ ଦେବେନ୍ଦ୍ର ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଥିବା କଥା,ଅନେକ ସମୟରେ ଅଣଓଡିଆ ବିଷୟ ବିଶେଷଜ୍ଞମାନଙ୍କ ଦ୍ଵାରା ଓଡିଶା ବାହାରେ ପ୍ରଶ୍ନପତ୍ର ସବୁ ତିଆରି କରାଯାଉଛି । ବିଜ୍ଞାନ ବିଷୟ ସମ୍ପର୍କିତ ପ୍ରଶ୍ନ ଓଡିଆରେ ତିଆରି କରିବା ସହଜ ମଧ୍ୟ ନୁହେଁ । ଉଲ୍ଲେଖନୀୟ,ଗତବର୍ଷ ଡିସେମ୍ବର ରେ ହାଇକୋର୍ଟ ଓଡିଆଭାଷାରେ ସବୁ ନିଯୁକ୍ତି/ମନୋନୟନ ପରୀକ୍ଷା କରିବା ପାଇଁ ସରକାରଙ୍କୁ ସବୁଜସଙ୍କେତ ଦେଇଥିଲେ । ନିର୍ଦେଶାନୁସାରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ସରକାରୀ ଦସ୍ତରୀ କାମ,ବିଜ୍ଞପ୍ତି,ଆବୀଦନ,ପ୍ରାପ୍ତି ସ୍ଵୀକାର,ଚିଠିପତ୍ର,ୱେବସାଇଟ,ମନୋନୟନ ଓ ନିଯୁକ୍ତି ପରୀକ୍ଷା ଆଦି ଓଡିଆ ଭାଷାରେ କରିବାକୁ ଓପିଏସସି ସମେତ ସବୁ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

Share in top social networks!