୭୪ ତମ ଭାରତୀୟ ଇତିହାସ କଂଗ୍ରେସ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ଡିସେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

imagesଆସନ୍ତାଡିସେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୭୪ ତମ ଭାରତୀୟ ଇତିହାସ କଂଗ୍ରେସ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ଭାରତୀୟ ଇତିହାସ କଂଗ୍ରେସରେ ଦେୟାର ବିଭିନ୍ନ ଅଞ୍ଚଳରୁ ଅନ୍ୟୁନ ୨୦୦୦ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିନିଧିମାନଙ୍କ ମଧ୍ୟରୁ ପ୍ରାୟ ୧୭୦୦ ପ୍ରତିନିଧିଙ୍କ ନିମନ୍ତେ କିଟ୍ ଅତିଥି ଭବନରେ ରହଣି ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କର ଯାତାୟାତ ପାଇଁ ୩୦ ଟି ବସ୍ କୁ ନିଯୋଜିତ କରାଯିବ ବୋଲି ସ୍ଥିର କରାଯାଇଅଛି । ଇତିହାସ କଂଗ୍ରେସର ଆୟୋଜନ ପାଇଁ ରାଜ୍ୟ ସରକାର ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଅତିଥି ମାନଙ୍କୁ ସ୍ଵାଗତ, ଆଇନ ଶୃଙ୍ଖଳା , ପରିମଳ ବ୍ୟବାସ୍ଥା ଓ ଅତିଥିମାନଙ୍କର ଯାତାୟାତ ସମ୍ପର୍କରେ ଗୁରୁତର ସହ ଆଲୋଚନା କରାଯାଇ ଏହାକୁ ଶୃଙ୍ଖଳିତ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ଵର ବିମାନ ବନ୍ଦର ,କଟକ ଓ ଭୁବନେଶ୍ଵର ରେଲୱେଷ୍ଟେସନରେ ହେଲ୍ପ ଡେସ୍କ ସ୍ଥାପନ କରାଯାଇଆ ଅତିଥି ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ନିମନ୍ତେ ଦାୟିତ୍ଵ ଅର୍ପଣ କରାଯାଇଅଛି ।

Share in top social networks!