ଅର୍ଥମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହିଁ ଆଚରଣ ବିଧି ଉଲ୍ଲଘଂନ ; ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ

44387ବିରୋଧୀ ଦଳମାନଙ୍କର ଆରୋପକୁ ଭିତ୍ତିକରି ମାନ୍ୟବର ରାଜ୍ୟ ନିର୍ବାଚନ କମିଶନ ଅର୍ଥମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ନ୍ୟାୟ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ବ୍ୟାହତ କରିଛି । ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କର ନିର୍ବାଚନ ସଭାରେ ଦେଇଥିବା ଅଭିଭାଷଣ ଗଣମାଧ୍ୟମରେ ପ୍ରକାଶ ହୋଇନାହିଁ । ମାତ୍ର ବିରୋଧୀ ଦଳର ଅଭିଯୋଗକୁ ପ୍ରକାଶ କରାଯାଇଛି । ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ସେ ଅଭିଯୋଗକୁ ପ୍ରମାଣ କରିବା ଦାୟିତ୍ଵ ଅଭିଯୋଗକାରୀଙ୍କର- ଅଭିଯୁକ୍ତ ନୁହେଁ ଏବଂ ଅଭିଯୋଗଟି ପ୍ରମାଣିତ ହେଲେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏ କ୍ଷେତ୍ରରେ ପ୍ରସନ୍ନ ଆଚାର୍ଯ୍ୟଙ୍କର ବକ୍ତବ୍ୟକୁ ନେଇ ବିରୋଧୀମାନ କମିଶନଙ୍କ ପାଖରେ ଯେଉଁ ଅଭିଯୋଗ କାଲେ ସେଥିରେ ସେ ଅଭିଯୋଗଟିକୁ ପ୍ରମାଣ ସିଦ୍ଧ ବୋଲି ଯଦି ରାଜ୍ୟ ନିର୍ବାଚନ କମିଶନ ବିଚାର କାଲେ ତାହା ହେଲେ ସେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ କାହିଁକି ଏବଂ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ପାଇବା ପୂର୍ବରୁ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ଅବ୍ୟବହିତ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ଏବଂ ସଂବାଦପତ୍ର ରେ ପ୍ରକାଶ ପାଇବା ଫଳରେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ସମ୍ଭାବନା ସୁନିଶ୍ଚିତ । ନିର୍ବାଚନ ପରେ ନିର୍ବାଚନ କମିଶନ ଜିଲ୍ଲାପାଳଙ୍କ ରିପୋର୍ଟ ଏବଂ ବିରୋଧିଦଳଙ୍କ ଆରୋପକୁ ତର୍ଜମା କରି ହୃଦବୋଧ ହୋଇଥିଲେ ଅଭିଯୁକ୍ତ ଅର୍ଥମନ୍ତ୍ରୀଙ୍କୁ ନୋଟିସ୍ କରିପାରି ଥାନ୍ତେ ଏବଂ ନିର୍ବାଚନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥାନ୍ତେ । ତେବେ ଜିଲ୍ଲାପାଳଙ୍କ ଠାରୁ ତଲବ କରିଥିବା ରିପୋର୍ଟ ପାଇବା ପୂର୍ବରୁ ଏବଂ ବିରୋଧୀ ଦଳଙ୍କ ଆରୋପ ଗ୍ରହଣ ସିଦ୍ଧ ବୋଲି ସ୍ଥିରୀକୃତ ହେବା ପୂର୍ବରୁ ଅଭିଯୁକ୍ତ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ନିର୍ବାଚନ ଫଳାଫଳକୁ ଶାସକ ଦଳ ବିରୁଦ୍ଧରେ ପ୍ରଭାବିତ କରିବାର ଏକ ନିଶ୍ଚିତ ଆଶଙ୍କା ସୃଷ୍ଟି ହୋଇଛି । ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଆଚରଣ ବିଧି ଉଲ୍ଲଘଂନ କରିଥିବା ଆରୋପ ପ୍ରମାଣ ପୂର୍ବରୁ ଜେଭଳି ଗ୍ରହଣୀୟ ନୁହେଁ ,ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳଙ୍କ ଠାରୁ ତଲବ କରିଥିବା ରିପୋର୍ଟ ପାଇବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଅଭିଯୁକ୍ତ କରି ନୋଟିସ୍ ଜାରି କରିବା ଏବଂ ତାହା ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲ୍ଲଂଘନ ବୋଲି କହିଲେ ଭୁଲ ହେବ ନାହିଁ ।

Share in top social networks!