ମତ୍ସ୍ୟ ଚାଷ ନିମନ୍ତେ ନୂତନ ପୋଖରୀ ଖନନ ଓ ପୁରାତନ ପୋଖରୀର ପୁନରୁଦ୍ଧାର ପାଇଁ ସରକାରୀ ରିହାତି

45245
ମାଛ ମନୁଷ୍ୟ ଶରୀର ପାଇଁ ପ୍ରୋଟିନର ଆବଶ୍ୟକତା ପୂରଣ କରିବା ସଙ୍ଗେସଙ୍ଗେ ଗ୍ରାମାଞ୍ଚଳରେ ଜୀବିକା ଅର୍ଜନର ଏକ ମୁଖ୍ୟ ଆକର୍ଷଣ ହୋଇପାରିଛି । ମାଛଚାଷ ଓ ମାଛ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ରିହାତିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଜଣେ ଆଗ୍ରହୀ ଚାଷୀ ନିଜସ୍ଵ ଜମିରେ ନୂତନ ପୋଖରୀ ଖନନ କିମ୍ବା ପୁରାତନ ପୋଖରୀର ପୁନରୁଦ୍ଧାର କରି ମାଛଚାଷ କରି ସରକାରୀ ରିହାତି ପାଇପାରିବେ । ଏହି କାର୍ଯ୍ୟକ୍ରମ ବ୍ୟାଙ୍କ ଋଣ ମାଧ୍ୟମରେ କିମ୍ବା ନିଜସ୍ଵ ଖର୍ଚ୍ଚରେ ମଧ୍ୟ କରାଯାଇପାରିବ । ପୋଖରୀ ସଂପୂର୍ଣ୍ଣ ହେବା ପରେ ରିହାତି ପ୍ରଦାନ କରାଯିଏ । ଏଥିପାଇଁ ବ୍ଲକ ସ୍ତରରେ ଥିବା ସରକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଉପଲବ୍ଧ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ କରିବାକୁ ପଡିବ ।ଏହି ଫର୍ମ ସହ ନିଜ ଜମି ସମ୍ପର୍କିତ କାଗଜପତ୍ର ସ୍କେଚ୍ ଓ ମ୍ୟାପ ର ନକଲ,ଜମି ଉପରେ ସ୍ପଷ୍ଟ ଅଧିକାର ସ୍ଵତ୍ଵର ପ୍ରମାଣପତ୍ର ,ବ୍ୟାଙ୍କ ଋଣ ନେବାକୁ ଚାହୁଁଥିଲେ ଇଚ୍ଛୁକ ବ୍ୟାଙ୍କର ସମ୍ମତି ସୂଚକ ପତ୍ର ଓ ନିଜର ଫଟୋ ପରିଚୟ ପତ୍ରର ନକଲ ସଂଲଗ୍ନ କରିବାକୁ ହେବ । ପ୍ରକଳ୍ପ ରିପୋର୍ଟ ତିଆରି ପାଇଁ ସମ୍ପୃକ୍ତ ଜିଲ୍ଲାର ମତ୍ସ୍ୟଚାଷୀ ଉନ୍ନୟନ ସଂସ୍ଥାରେ ପ୍ରକ୍ରିୟାକରଣ ନିମନ୍ତେ ପ୍ରକଳ୍ପ ମୂଲ୍ୟର ଶତକଡା .୦୫ ଦରରେ ବ୍ୟବହାରକାରୀଙ୍କ ଦେୟ ଦାଖଲ କରିବାକୁ ହେବ । ଏହି ସମସ୍ତ ଋଣ ଓ ରିହାତି ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ମାଧ୍ୟମରେ ମଧ୍ୟ ପାଇପାରିବେ । ଚଳିତ ବର୍ଷ ଠାରୁ ରାଜ୍ୟସରକାରଙ୍କ ଦ୍ଵାରା ଅତିରିକ୍ତ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ।

Share in top social networks!