ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

45740
ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବାତ୍ୟା ଓବନ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ସାହାଯ୍ୟ ପ୍ରଦାନ କରାଯାଇଛି । ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନା (rural electrification corporation)ର ଅଧ୍ୟକ୍ଷ ରାଜୀବ ବର୍ମା ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବାତ୍ୟା ଓ ବନ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ଏକକୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସେହିପରି container corporation of india ପକ୍ଷରୁ ୫୦ ଲକ୍ଷ ଆନ୍ଧ୍ରବ୍ୟାଙ୍କ ପକ୍ଷରୁ ୫୦ଲକ୍ଷ ଏବଂ କୋରାପୁଟ ସ୍ଥିତ ହାଲର କର୍ମଚାରୀ ମାନଙ୍କ ପକ୍ଷରୁ ୩୧ଲକ୍ଷ ୬୨ହଜାର ୫୯୮ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜର୍ସ ଆସୋସିଏସନ ପକ୍ଷରୁ ଏକଲକ୍ଷ ଟଙ୍କା ବରମୁଣ୍ଡା କଲୋନୀ ଡେଭେଲପମେଣ୍ଟ କମିଟି ପକ୍ଷରୁ ୪୦ହଜାର ୧୨୧ ଟଙ୍କା ଗାରିସନ ଇଞ୍ଜିନିୟର୍ସ ଚିଲିକା ପକ୍ଷରୁ ୩୭ହଜାର ୭୫୧ ଟଙ୍କା ,ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ୩୦ହଜାର ଟଙ୍କା,enterprise system solution private ltd ପକ୍ଷରୁ ୯୧ହଜାର ଟଙ୍କା, G.E.D ଡିଭିଜନ ୧ ପକ୍ଷରୁ ୧୦ହଜାର ଟଙ୍କା ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ବାତ୍ୟା ଓ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ପାଇଁ ସହୃଦୟତା ପ୍ରଦର୍ଶନ କରି ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!