ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ

download
ରାଜ୍ୟସ୍ତରୀୟ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ,ଭୁବନେଶ୍ଵରଙ୍କ ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵର ୧ ନମ୍ବର ୟୁନିଟ୍ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆ ଏବଂ କଳିଙ୍ଗ ହସ୍ପିଟାଲ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ମାନ୍ୟବର କ୍ରିଡା ଓ ଯୁବ ସେବା,ବିଜ୍ଞାନ କାରିଗରୀ କୌଶଳ,ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲୀ,ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଅଖିଳ ବିହାରୀ ଓତା,ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ,ସୂଚନା ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ,ଶବରୀ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ହୋତା,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ନୀଳମାଧବ ଦାଶ ଏବଂ କାର୍ଯ୍ୟନିର୍ବାହୀ ସଭ୍ୟ ଶ୍ରୀଯୁକ୍ତ ହୃଦୟ ରଞ୍ଜନ ଶତପଥିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଏହି ମାଲ୍ୟାର୍ପଣ ଉତ୍ସବରେ ଯୋଗଦେଇଥିଲେ ।

Share in top social networks!