ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ ପକ୍ଷରୁ ଏକ କୋଟି ଟଙ୍କା ପ୍ରଦାନ

45738
ବିଗତ ବାତ୍ୟା ଫାଇଲିନ ଦ୍ଵାରା ଓଡିଶାର କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନାର ନୋଡାଲ ଏଜେନ୍ସି ତଥା ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜୀବ ଶର୍ମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ତଥା ଶକ୍ତି ବିଭାଗର ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା,ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ ଲିମିଟେଡ,ନୂଆଦିଲ୍ଲୀର ନିର୍ଦ୍ଦେଶକ (ବୈଷୟିକ)ଶ୍ରୀ ପି.ଜେ.ଠକର,ନିର୍ଦ୍ଦେଶକ (ଅର୍ଥ)ଶ୍ରୀଏ.କେ. ଅଗ୍ରୱାଲ,ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍.କେ.ଲୋହାନୀ,ଜେନେରାଲ ମ୍ୟାନେଜର ଶ୍ରୀ ଆର.କେ. ଆରୋରା ଏବଂ ପ୍ରକଳ୍ପ ମୁଖ୍ୟ ଶ୍ରୀ ସୁରେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME