ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅଜିତ କୁମାର ତ୍ରିପାଠୀଙ୍କ ଲିଖିତ ମେଘଦୂତ ପୁସ୍ତକ ଉନ୍ମୋଚିତ

IMG_0157ନୂଆଦିଲ୍ଲୀସ୍ଥିତ ହାଉସ୍ ଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅଜିତ କୁମାର ତ୍ରିପାଠୀଙ୍କ ରଚିତ ମେଘଦୂତ ପୁସ୍ତକକୁ ସାଂସଦ ତଥା ବରିଷ୍ଠ ବୁଦ୍ଧିଜୀବୀ ଡକ୍ଟର କରଣ ସିଂ ଉନ୍ମୋଚିତ କରିଛନ୍ତି । ଉନ୍ମୋଚନ ଉତ୍ସବରେ ଲେଖକ ତଥା ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ତ୍ରିପାଠୀ ଭାରତର ପୂର୍ବତନ ଯୋଜନା କମିଶନର ଶ୍ରୀ ସତ୍ୟାନନ୍ଦ ମିଶ୍ର,ଓଡିଶା ସରକାରଙ୍କ ଯୁଗ୍ମ ଆବାବସିକ କମିଶନର ଡକ୍ଟର ତ୍ରିବିକ୍ରମ ପ୍ରଧାନ,କ୍ୟାପଟେନ୍ ଏ.ସି.ମିଶ୍ର ,ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପୁସ୍ତକର ପ୍ରକାଶକ ଗୁରଗାଁଓ ସ୍ଥିତ ସୁଭି ପବ୍ଲିକେସନ୍ ହୋଇଥିବା ବେଳେ ପୁସ୍ତକରେ ରାମଗିରି ଠାରୁ ବିନ୍ଧ୍ୟ ପର୍ବତ ପର୍ଯ୍ୟନ୍ତ ବିସ୍ତ୍ରୁତ ଅଞ୍ଚଳର ଭୌଗୋଳିକ,ଐତିହାସିକ ,ପୌରାଣିକ ସ୍ଥାନ ସହ ପ୍ରାକୃତିକ ପରିବେଶର ବର୍ଣ୍ଣନା ତଥା ଆଲୋଚନା ସ୍ଥାନ ପାଇଛି । ପୁସ୍ତକରେ ମହାକବିଙ୍କ ଅନ୍ୟାନ୍ୟ କାବ୍ୟକୃତି ରୁ ବହୁ ଉଦାହରଣ ମାନ ସନ୍ନିବେଶିତ କରାଯିବା ସହ ପୁସ୍ତକର ଇତିହାସ ବିଭାଗଟିକୁ ସରସ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଅଛି । ସେହିପରି ମହାକବିଙ୍କ ମେଘଦୂତ କାବ୍ୟ ର ଇଂରାଜୀ ପଦ୍ୟାନୁବାଦ କରାଯାଇ ପ୍ରତ୍ୟେକ ପଦର ସୁନ୍ଦର ଚିତ୍ର ମାନ ଚିତ୍ରକରର ତୁଳିରେ ରୂପ ଦିଆଯାଇଅଛି । ଏହି ଅବସରରେ ନିଜର ମତପୋଷଣ କରି ଡଃ କରଣ ସିଂ ବହିଟି ବିଦଗ୍ଧ ପାଠକଙ୍କ ପାଇଁ ଖୁବ ଶିକ୍ଷଣୀୟ ଓ ଉପାଦେୟ ହେବ ବୋଲି ପ୍ରକାଶ କରିଥିଲେ ।

Share in top social networks!