କଟକର ଲୋକ ପ୍ରତିନିଧି ଓ ଜିଲ୍ଲାପ୍ରଶାସନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

45700ଭିନ୍ନକ୍ଷମଙ୍କ ଥଇଥାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି କଟକ ଜିଲ୍ଲା ଜାତୀୟ ପୁରସ୍କାର ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି । ଭିନ୍ନକ୍ଷମଙ୍କ ଥଇଥାନ କ୍ଷେତ୍ରରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏ ଦିଗରେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଏହି ପୁରସ୍କାର ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିବା ସହିତ ଭିନ୍ନକ୍ଷମଙ୍କ କଲ୍ୟାଣ ଦିଗରେ ତାଙ୍କ ସରକାର ଉତ୍ସଗୀକୃତ ଭ୍ବାରେ କାର୍ଯ୍ୟ କରିବ ବୋଲି କହିଛନ୍ତି ।

Share in top social networks!