ଫାଇଲିନ୍ ପରେ ଆସୁଛି ଘୂର୍ଣ୍ଣିଝଡ ହେଲେନ୍ ; ୨୧ରେ ଛୁଇଁବ ଓଡିଶା ଉପକୂଳ , ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ

downloadଓଡିଶାର ଗୋପାଳପୁର ବନ୍ଦର ଠାରୁ ଦକ୍ଷିଣ ବଙ୍ଗୋପସାଗରର ୫୨୦ କିମି ଦୂରରେ ଏକ ଲଘୁଚାପ ଆଜି ଘୂର୍ଣ୍ଣିଝଡର ରୂପ ନେଇଛି । ଏହା ଆଗାମୀ ୨୧ତାରିଖ ରାତିରେ ଆନ୍ଧ୍ରପ୍ରଦେଶ ର ଅଙ୍ଗଲେ ଏବଂ ଶ୍ରୀହରିକୋଟାର ମଧ୍ୟବର୍ତ୍ତୀ ଅଞ୍ଚଳ ହାବେଲି ବାଟ ଦେଇ ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ । ଘଣ୍ଟାକୁ ୩୦ରୁ୪୦କିମି ବେଗରେ ପବନ ଉପକୂଳ ଆଡକୁ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ଦକ୍ଷିଣ ଓଡିଶାର ଧିବରମାନଙ୍କୁ ସମୁଦ୍ରକୁ ମାଛ ମାରିବାକୁ ନ ଯିବା ଲାଗି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି । ଗୋପାଳପୁର ବନ୍ଦରରେ ୨ ନମ୍ବର ସଙ୍କେତ ଦିଆଯାଇଅଛି । ଫାଇଲିନ ପରେ ହେଲେନ୍ ର ପ୍ରଭାବ ୨୧ତାରିଖ ପରଠାରୁ ଜଣାପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫାଇଲିନର ମାଡ ପରେ ଦୁଇଦୁଇ ଥର ବନ୍ୟା ପରେ ପୁଣି ହେଲେନ୍ ନାମକ ଆଉ ଏକ ଝଡବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନାକୁ ନେଉଆ ଉପକୂଳବର୍ତ୍ତୀ ବିଶେଷ କରି ଦକ୍ଷିଣ ଓଡିଶା ର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Share in top social networks!