ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ

45403ଶିଶୁ ମାନଙ୍କର ବିକାଶ ପାଇଁ ଗୋଷ୍ଠୀ ସ୍ତରୀୟ ସଚେତନତା,ସରକାରୀ କଳର ବ୍ୟବସ୍ଥାର ସୁଦୃଢୀକରଣ ନିତାନ୍ତ ଆବଶ୍ୟକ । ଶିଶୁ ମାନଙ୍କ ଉପରେ ହେଉଥିବା ଶାରୀରିକ ,ମାନସିକ,ଯୌନ ନିର୍ଯ୍ୟାତନା ଓ ଅବହେଳାକୁ ରୋକିବା ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି । ଶିଶୁ ଓ ମହିଳା ବିକାଶ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ଵର ଉପକଣ୍ଟସ୍ଥ ପଦ୍ମକେଶରୀପୁର ଗ୍ରାମରେ ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ -୨୦୧୩ପାଳିତ ହୋଇଯାଇଛି । ଏହି ଅବସରରେ ୧ଶହରୁ ଊର୍ଦ୍ଧ୍ଵ ଶିଶୁ ପ୍ରତିନିଧି,ଶିଶୁ ସୁରକ୍ଷା କମିଟି ସଭ୍ୟ/ ସଭ୍ୟା ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ଭ୍ରମଣ କରିବା ସହିତ ଶିଶୁ ସୁରକ୍ଷା ସମ୍ପର୍କରେ ସ୍ଲୋଗାନ ମାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସଦାଶିବ ସ୍ଵାଇଁ ଯୋଗଦାନ କରି ଶିଶୁମାନଙ୍କ ସୁରକ୍ଷା ପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଉପରେ ଗୁରୁତ୍ଵ ଦେବାକୁ ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜଦେବୀ ଦାମୋଦର ରାଉତ,ସରୋଭ ଭୋଇ,ଅଶୋକ ଗୋଛି,ସଞ୍ଜୟ ରାଉତ,ଈପ୍ସିତା ଅଗ୍ରୱାଲ,କଲ୍ୟାଣୀ ରାଉତ,ନିରଞ୍ଜନ ସାହୁ,ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦାନ କରିବା ସହିତ ନିଜ ନିଜର ମତ ରଖିଥିଲେ ।

Share in top social networks!