ପଶ୍ଚିମ ଓଡିଶାର ୨୦ଟି ପୌରାଞ୍ଚଳ ନିର୍ବାଚନ ପାଇଁ ୩୦୧ଟି ୱାର୍ଡ ପାଇଁ ଭୋଟ ଗ୍ରହଣ ନଭେମ୍ବର ୨୨ ରେ

45687ପଶ୍ଚିମ ଓଡିଶାର ୯ଟି ଜିଲ୍ଲାର ୨୦ଟି ପୌରାଞ୍ଚଳ ନିର୍ବାଚନପାଇଁ ୩୦୧ଟି ୱାର୍ଡର ୫୬୦ଟି ବୁଥ୍ ରେ ନଭେମ୍ବର ୨୨ତାରିଖ ଦିନ ସକାଳ ୮ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ଏହି ପୌର ନିର୍ବାଚନରେ ସମୁଦାୟ ୪,୯୨,୯୩୨ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ସମୁଦାୟ ୧୧୦୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ ବିଜୁ ଜନତା ଦଳରୁ ୩୦୧,ଭାରତୀୟ ଜାତୀୟ କଂଗ୍ରେସରୁ ୨୪୦ ଜଣ, ଭାରତୀୟ ଜନତା ପାରତିରୁ ୨୬୮ଜଣ ଏବଂ ସ୍ଵାଧୀନ ଓ ଅନ୍ୟାନ୍ୟ ୨୯୩ଜଣ ପ୍ରାର୍ଥୀ ରହିଛନ୍ତି । ସମୁଦାୟ ୩୦୧ଟି ୱାର୍ଡ ପାଇଁ ୩୬ଟି ୱାର୍ଡରେ ଦ୍ଵିମୁଖୀ,୧୪୪ଟି ୱାର୍ଡରେ ତ୍ରିମୂଖୀ,୬୧ଟି ୱାର୍ଡରେ ୪ ଜଣିଆ ଓ ୬୦ଟି ୱାର୍ଡରେ ୪ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବରଗଡ ପୌରପାଳିକାର ୮ ଓ ୧୫ ନମ୍ବର ୱାର୍ଡ,ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୧ ଓ ୧୨ ନମ୍ବର ୱାର୍ଡ ଓ ବନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନମ୍ବର ୱାର୍ଡର ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଛନ୍ତି । ଭୋଟ ଗଣତି ନଭେମ୍ବର ୨୩ ତାରିଖ ସକାଳ ୮ଟାରୁ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share in top social networks!