ମେଡିକାଲ ଏଣ୍ଟ୍ରାନସ ବ୍ୟବସ୍ଥା ବଦଳିଲା

45517
ମେଡିକାଲ ଶିକ୍ଷା ପାଇଁ ଚଳିତବର୍ଷ ଠାରୁ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ଇଞ୍ଜିନିୟରିଂ ପାଇଁ ଜେଇଇ ମେନ୍ ପରେ ରାଜ୍ୟ ସରକାର ଆଜି ଏସଙ୍କ୍ରାନ୍ତ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିବିଏସଇ କର୍ତ୍ତୁପକ୍ଷଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ଜଣାଇ ଦିଆଯାଇଛି । ଡାକ୍ତରୀ ଶିକ୍ଷା ପାଇଁ ସର୍ବଭାରତୀୟ ସ୍ତରରେ ଗୋଟିଏ ପରୀକ୍ଷା ପାଇଁ ପୂର୍ବରୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା । ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ ହେଁ,ଏବେ ଏହି ମାମଲାର ପୁନର୍ବାର ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ ବା ସର୍ବାଦଳୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଯିବାକୁ ସ୍ଥିର ହୋଇଛି । ସିବିଏସଇ ଏହି ପରୀକ୍ଷା ପରିଚାଳନା କରିବ । ପୂର୍ବରୁ ଏ ନିଷ୍ପତ୍ତି ଉପରେ ରାଜ୍ୟ ସରକାର ଅନୁକୂଳ ମନ୍ତବ୍ୟ ରଖିଥିଲେ । ଆଜି କିନ୍ତୁ ବିଧିବଦ୍ଧ ଭାବେ ସିବିଏସଇ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଚଳିତବର୍ଷ ପ୍ରବେଶିକା ପରୀକ୍ଷାରେ ଓଡିଶା ଭାଗ ନେବ । ଏହି ବ୍ୟବସ୍ଥା ଅନୁସାରେ,ଡାକ୍ତରୀ ପଢିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ ।ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସିବିଏସଇ ଏକକାଳୀନ ଦୁଇଟି ରାଙ୍କ ଦେବ । ଗୋଟିଏ ରାଜ୍ୟସ୍ତରୀୟ ଓ ଅନ୍ୟଟି ଜାତୀୟସ୍ତରର ରାଙ୍କ । ରାଜ୍ୟରେ ଥିବା ସମସ୍ତ ସରକାରୀ,ଘରୋଇ ଓ ଡିମ୍ଡ଼ ବିଶ୍ୱବିଦ୍ୟାଳୟରେ ଓଡିଶାର ଛାତ୍ରଛାତ୍ରୀ ପାଇଁ ୮୫%ଆସନ ସଂରକ୍ଷଣ ରହିବ । ବାକି ୧୫%ଆସନ ଜାତୀୟ କୋଟାରୁ ପୂରଣ କରାଯିବ । ଓଡିଶାରେ ଡାକ୍ତର ଆଭାବକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜ ପାଇଁ ଓଜେଇର ପରୀକ୍ଷା କରାଯାଉଥିଲା । ଡିମ୍ଡ଼ ବିଶ୍ୱବିଦ୍ୟାଳୟ ନିଜର ପ୍ରବେଶିକା ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀ ଚୟନ କରୁଥିଲେ। ମାତ୍ର ଏବେ ସମସ୍ତଙ୍କୁ ଏହି ଗୋଟିଏ ନିୟମ ମାନିବାକୁ ପଡିବ । ଡିମ୍ଡ଼ ବିଶ୍ୱବିଦ୍ୟାଳୟ ଏହାକୁ ନ ମାନିଲେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସେମାନଙ୍କ ବିରୋଧରେ ଜେଇର କାଉନସେଲିଂ କରିବେ ଓ ନାମ ଲେଖାଇବେ । ଆସନ୍ତା ମେ ୪ତାରିଖ ଦିନ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଡିସେମ୍ବର ୨୬ରିଖ ଠାରୁ ଛାତ୍ରଛାତ୍ରୀ ମାନେ ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ ଓ ଆବେଦନ କରିପାରିବେ ।

Share in top social networks!