ଡାଃ ନୀଳମାଧବ ପାଣିଗ୍ରାହୀଙ୍କର ବିୟୋଗରେ ଅର୍ଥ ମନ୍ତ୍ରୀଙ୍କର ଶୋକ

ଡାଃ ନୀଳମାଧବ ପାଣିଗ୍ରାହୀଙ୍କର ବିୟୋଗରେ ଅର୍ଥ ମନ୍ତ୍ରୀଙ୍କ ପ୍ରସନ୍ନ ଆଚାର୍ଯା ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଆଚାର୍ଯା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଓଡିଶାର ପ୍ରଥମ ସାରସ୍ଵତ ସାଧକ ଭାବେ ସାହିତ୍ୟ ଏକାଡେମି  ଓ ସଙ୍ଗୀତ ନାଟକ ଏକାଡେମି    ପୁରସ୍କାର ପାଇଥିବା ସ୍ଵର୍ଗତ ପାଣିଗ୍ରାହୀ କୋଶଳୀ ଭାଷାରେ ବ୍ୟାକରଣ, ମହାଭାରତ କଥା ଓ ସଂସ୍କୃତ ମହାଭାରତର ବନପର୍ବ ଓ ବିରାଟ ପର୍ବର ସମ୍ବଲପୁର-କୋଶଳୀ ଅନୁବାଦ ଆଦି ତାଙ୍କର ଅମରକୃତି କହିଲେ ଅତ୍ୟୁକ୍ଟି ହେବନାହିଁ।

ତାଙ୍କ ବିୟୋଗରେ କେବଳ ସମ୍ବଲପୁର ଜିଲ୍ଲା ନୁହେଁ ଓଡିଶା ଜଣେ ସାରସ୍ଵତ ସାଧକଙ୍କୁ ହରାଇଲା ବୋଲି ଅର୍ଥ ମନ୍ତ୍ରୀଙ୍କ ପ୍ରସନ୍ନ ଆଚାର୍ଯା କହିଛନ୍ତି।

Share in top social networks!