ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଯୁବଚିତ୍ରଶିଳ୍ପୀ ମାନଙ୍କୁ “ଚିତ୍ରଶିଳ୍ପୀ ମେଧାବୃତ୍ତି ” ପ୍ରଦାନ

imfa-logo-bତା ୧୫-୧୧-୨୦୧୩ ରିଖ ଦିନ ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଯୁବଚିତ୍ରଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ବୈଠକ ଚୟନକର୍ତ୍ତା ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ବାର୍ଷିକ “ ଚିତ୍ରଶିଳ୍ପୀ ମେଧାବୃତ୍ତି” ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ମେଧାବୃତ୍ତି ଆସନ୍ତା ଜାନୁଆରୀ ୨୦୧୪ ମସିହାରୁ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଚୟନକର୍ତ୍ତାମାନେ ଆସନ୍ତା ବର୍ଷ ପାଇଁ ଶ୍ରୀ ଲୋକନାଥ ପ୍ରଧାନ(କେନ୍ଦ୍ରାପଡା) , ଶ୍ରୀ ବିବେକ ଦାସ(ପୁରୀ) ଓ ଶ୍ରୀ ସଂଗ୍ରାମ କୁମାର ମାଝୀ (ଭୁବନେଶ୍ଵର) ଙ୍କୁ ଏହି ବୃତ୍ତି ପ୍ରଦାନ ପାଇଁ ମନୋନୀତ କରିଛନ୍ତି । ଉକ୍ତ ବୃତ୍ତି ବାବଡକୁ ପ୍ରତ୍ୟେକଙ୍କୁ ଟ /- ୨୫୦୦୦ଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଚୟନ ପ୍ରକ୍ରିୟା ଇମ୍ଫା ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀମତୀ ପାରମିତା ମହାପାତ୍ର,ଶ୍ରୀ ଶିବ ପାଣିଗ୍ରାହୀ, ଶ୍ରୀ ଡି ଏନ୍ ରାଓ ଏବଂ ଶ୍ରୀ ମାନସ ଜେନା ଭାଗ ନେଇ ଉପରୋକ୍ତ ଚିତ୍ରଶିଳ୍ପୀମାନଙ୍କୁ ଉକ୍ତ ବୃତ୍ତି ନିମନ୍ତେ ମନୋନୀତ କରିଛନ୍ତି । ଏହି ବୃତ୍ତି ପ୍ରଦାନ ଦ୍ଵାରା ଯୁବଚିତ୍ରଶିଳ୍ପୀ ମାନଙ୍କର ଆର୍ଥିକ ସ୍ଵଚ୍ଛଳତା
ଆସିବା ସଙ୍ଗେସଙ୍ଗେ ଓଡିଶାର କଳା ଓ ସ୍ଥାପତ୍ୟ ପ୍ରତି ପ୍ରେରଣାର ଉତ୍ସାହ ଓ ଆଗ୍ରହ ବଢାଇବ ବୋଲି ଆଶା କରାଯାଉଛି ।

Share in top social networks!