ଫୁଲବାଣୀ ପୌର ପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଯଥାକ୍ରମେ ୭୩ ଓ ୫୦ ଜଣ ପ୍ରାର୍ଥୀ

45513
କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ନିର୍ବାଚନରେ ଆଜି ମନୋନୟନ ପତ୍ର ତଦାରଖ ପରେ ଯଥାକ୍ରମେ ୭୩ ଓ ୫୦ ଜଣ ପ୍ରାର୍ଥୀ ରହିଛନ୍ତି । ଫୁଲବାଣୀ ପୌରପରିଷଦର ୧୩ଟି ୱାର୍ଡ ପାଇଁ ବିଜୁ ଜନତା ଦଳ,ଭାରତୀୟ ଜାତୀୟ କଂଗ୍ରେସ,ଭାରତୀୟ ଜନତା ପାର୍ଟି ପାଇଁ ୧୩ ଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିରୁ ୩ଜଣ ଓ ୩୧ ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି । ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ପାଇଁ ଆଜି ମନୋନୟନ ପତ୍ର ତଦାରଖ ପରେ ବିଜୁ ଜନତା ଦଳ ଓ ଭାରତୀୟ ଜାତୋୟ କଂଗ୍ରେସରୁ ୧୩ଜଣ ଲେଖାଏଁ ପ୍ରାର୍ଥୀ ଥିବା ବେଳେ ଭାରତୀୟ ଜନତା ପାର୍ଟିରୁ ୯ଜଣ,ଏନ୍.ସି.ପିରୁ ୨ଜଣ ଏବଂ ୧୩ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି । ଏହି ଦୁଇଟି ପୌରାଞ୍ଚଳର ପ୍ରାର୍ଥୀ ପ୍ରତ୍ୟାହାର ର ଶେଷ ତାରିହା ୨୧ ନଭେମ୍ବର ଅପରାହ୍ନ ୩ଘଟିକା ରହିଛି ଓ ସେହିଦିନ ଅପରାହ୍ନ ୫ଘଟିକା ସୁଦ୍ଧା ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକା ସପାଇବ । ଡିସେମ୍ବର ୨ତାରିଖ ଦିନ ଏହି ଦୁଇ ପୌର ପରିଷଦର ନିର୍ବାଚନ ଅନୁଷ୍ଠିତ ହେବ ।

Share in top social networks!