ପୁରୁଷ ଓ ମହିଳା ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ୯୦%ସଫଳ

45503ପରିବାର ଯୋଜନା ପାଇଁ ପୁରୁଷ ଓ ମହିଳା ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଆମ ରାଜ୍ୟରେ ଶତକଡା ୯୦ଭାଗ ପୂରଣ ହୋଇପାରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଛି । ଏଠାରେ ସୂଚନଯୋଗ୍ୟଯେ,ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା ବନ୍ଧ୍ୟାକରଣ ସମ୍ବନ୍ଧୀୟ ମାଇକ୍ରୋ ପ୍ଳାନ ପ୍ରସ୍ତୁତ କରାଯାଇଥାଏ । ତଦନୁଯାୟୀ ପ୍ରତ୍ୟେକ ସୋମବାରକୁ ପରିବାର କଲ୍ୟାଣ ଦିବସ ରୂପେ ସ୍ଥିର କରାଯାଇ ସେହି ଦିନଗୁଡିକରେ ପୁରୁଷ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମହିଳା ବନ୍ଧ୍ୟାକରଣ ପାଇଁ ଇଚ୍ଛୁକ ପ୍ରତ୍ୟେକ ମହିଳାଙ୍କୁ ଅସ୍ତ୍ରୋପଚାର ପରେ ୬୦୦ ଟଙ୍କା ଇ ପୁରୁଷ ବନ୍ଧ୍ୟାକରଣ ପାଇଁ ଇଚ୍ଛୁକ ପ୍ରତ୍ୟେକ ପୁରୁଷଙ୍କୁ ଅସ୍ତ୍ରୋପଚାର ପରେ ୧୧୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ସ୍ଵତନ୍ତ୍ର କୌଶଳ ବୃଦ୍ଧି ପ୍ରଶିକ୍ଷଣ ଜରିଆରେ ଅଧିକରୁ ଅଧିକ ଡାକ୍ତରମାନଙ୍କୁ ପ୍ରଶିକ୍ଷିତ କରାଯାଉଛି । ପୁରୁଷ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ପୂର୍ଣ୍ଣ ସଫଳ କରିବା ପାଇଁ ଜିଲ୍ଲା ଓ ରାଜୟା ସ୍ତରରେ ଗୁଣବତ୍ତା ନିଶ୍ଚିତ କମିଟିର ବୈଠକ ମାନ ନିୟମିତ ଭାବେ ଆହୂତ ହୋ ଆଲୋଚନା କରାଯାଇଥାଏ । ପୁରୁଷ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରଜନିତ ମୃତ୍ୟୁ ବା ଅସଫଳ ଅସ୍ତ୍ରୋପଚାର ବା କୌଣସି ଜଟିଳତାରୁ ସୃଷ୍ଟ କ୍ଷତିପୂରଣ ଦାବୀରେ ତୁରନ୍ତ ଓ ଆଶୁ ସମାଧାନ ଏହି ଗୁଣବତ୍ତା ନିଶ୍ଚିତ କମିଟି ମାଧ୍ୟମରେ କରାଯାଇଥାଏ । ଏଥି ନିମିତ୍ତ ପରିବାର ଯୋଜନା କ୍ଷତିପୂରଣ ବ୍ୟବସ୍ଥା (ଫ୍ୟାମିଲି ପ୍ଲାନିଂ ଇନେଡମନିଟି ସ୍କିମ୍)ବିଭିନ୍ନ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟ କରୁଛି । ୧୦୦ ଟି ବେସରକାରୀ ହସପିଟାଲରେ ମଧ୍ୟ ପୁରୁଷ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଛି । ପୁରୁଷ ଓ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମର ଲକ୍ଷ୍ୟ ଆଜି ଶତକଡା ୯୦ ଭାଗ ପୂରଣ ହୋଇପାରିଛି ।

Share in top social networks!