ସଚିନ୍ ଙ୍କୁ ସମ୍ମାନିତ କରିବ ଓସିଏ

download (2)ସଚିନ୍ ତେନ୍ଦୁଲକର୍ ୧୦୦ ଶତକ ମାରିବା ଅବସରରେ ବାରବାଟୀ ଷ୍ଟାଡିୟମ୍ ପରିସରରେ ନବନିର୍ମିତ ଇଣ୍ଡୋର୍ ହଲ୍ କୁ ଓସିଏ ତାଙ୍କରି ନାମରେ ନାମିତ କରିଥିଲା । କିନ୍ତୁ ସେ ଖେଳରେ ବ୍ୟସ୍ତ ଥିବାରୁ ଓଡିଶା ଆସିପାରି ନ ଥିଲେ । ବର୍ତ୍ତମାନ ଅବସର ପରେ ତାଙ୍କୁ କିଛିଟା ଅବସର ମିଳିବ । ତେଣୁ ତାଙ୍କୁ ନିକଟ ଭବିଷ୍ୟତରେ ଓଡିଶା ନିମନ୍ତ୍ରଣ କରି ସମ୍ମାନିତ କରିବାକୁ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିଷ୍ପତ୍ତି ନେଇଛି । ଓସିଏ ପକ୍ଷରୁ ଜାରି ବିବୃତ୍ତିରେ ସମ୍ପାଦକ ଆଶୀର୍ବାଦ ବେହେରା ଜଣାଇଛନ୍ତି , ସଚିନ୍ ଜଣେ ମହାନ୍ କ୍ରିକେଟର ଏବଂ ଚମତ୍କାରୀ ମଣିଷ । ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଦିଆଯାଇଥିବାରୁ ଓସିଏ ଉତଫୁଲ୍ଲିତ । ତାଙ୍କ ଅବସରରେ ଆମର ଏତିକି କାମନା ଯେ ସେ ଓ ତାଙ୍କ ପରିବାର ସୁଖରେ ରୁହନ୍ତୁ । ଅବସର ପରବର୍ତ୍ତୀ ଜୀବନର ଉପଯୁକ୍ତ ବିନିଯୋଗ ହେଉ ।

Share in top social networks!