ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସଂସଦୀୟ ପ୍ରତିନିଧି ଦଳର ଚୀନ୍ ଓ ଜାପାନ ଗ୍ରସ୍ତ

images (1)ଆସ୍ପେନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଚାଇନା ରିଫର୍ମ ଦ୍ଵାରା ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ଚୀନ୍ ଓ ଭାରତ; କଥାବାର୍ତ୍ତା ଓ ସହଯୋଗ’ ସମ୍ମିଳନୀରେ ଭାଗନେବା ପାଇଁ ବରିଷ୍ଠ ବିଜେଡ଼ି ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ସହିତ ଏକ ପ୍ରତିନିଧି ଦଳ ଚୀନ୍ ଓ ଜାପାନ ଗସ୍ତରେ ଯାଉଛନ୍ତି । ଏହିଅବସରରେ ଶ୍ରୀ ପଣ୍ଡା ଭାରତ-ଚୀନ୍ ସମ୍ପର୍କ ଉପରେ ନିଜର ବକ୍ତବ୍ୟ ରଖିବେ । ପରେ ଭାରତ ଆସ୍ପେନ୍ ଇନଷ୍ଟିଚ୍ୟୁଟ ,ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଜାପାନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସ (ଜେଆଇଆଇଏ) ଦ୍ଵାରା ନଭେମ୍ବର ୧୯-୨୦ ରେ ଆୟୋଜିତ ହେବାକୁ ଥିବା ଭାରତ-ଜାପାନ ସାମରିକ କଥାବାର୍ତ୍ତା ରେ ଭାଗ ନେବା ଲାଗି ଶ୍ରୀ ପଣ୍ଡା ପ୍ରତିନିଧି ଦଳ ସହିତ ଜାପାନ ଯିବେ । ଏହି ଅବସରରେ ପ୍ରତିନିଧିଦଳ ଜାପାନରା ପ୍ରଧାନମନ୍ତ୍ରୀ ସିନକୋ ଆବେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଣ୍ଡା ଜେଆଇଆଇଏ ର ପ୍ରେସିଡେଣ୍ଟ ନୋଗାମି ଏବଂ ଜାପାନର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ସାଇକାଙ୍କ ସହ ଉଭୟ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଉଭୟ ପ୍ରତିନିଧି ଦଳର ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ହିନ୍ଦୁସ୍ତାନ ଟାଇମ୍ସ ଫରେନ୍ ଏଡିଟର୍ ପ୍ରମିତ ଲାଲ୍ ଚୌଧୁରୀ,ସିଆଇଆଇର ପୂର୍ବତନ ମୁଖ୍ୟ ମେଣ୍ଟର୍ ତରୁଣ ଦାସ,ପୂର୍ବତନ ଶିଳ୍ପ,ପରିବେଶ,ଜଙ୍ଗଲ ଓ ଶକ୍ତି ମନ୍ତ୍ରୀ ସୁରେଶ ପ୍ରଭୁ,ରାଜ୍ୟସଭା ସଦସ୍ୟ ଏନ୍ କେ ସିଂହ,ଏବଂ ଆସ୍ପେନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ଅବନ୍ତ ଗୃପ୍ ଚେୟାରମ୍ୟାନ୍ ଓ ସିଇଓ ଗୌତମ ଥାପାର ।

Share in top social networks!