ଆସାମ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଓଡିଶାଗସ୍ତ

images
ଆସାମର ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଆସନ୍ତା ୧୯ ତାରିଖ ଅପରାହ୍ନ ୧ଘଟିକା ସମୟରେ ଗୌହାଟିରୁ ଆସି ଭୁବନେଶ୍ଵର ବିମାନବନ୍ଦରେ ଅବତରଣ କରି ଫରେଷ୍ଟପାର୍କ ସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିବେ । ୨୦ ତାରିଖ ସନ୍ଧ୍ୟାରେ କଟକ ସହିଦ ଭବନ ଠାରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ ଉତ୍ସବରେ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସେହିପରି ୨୬ତାରିଖ ସନ୍ଧ୍ୟାରେ କଟକର ଶାରଳା ଭବନରେ ଶାରଳା ସାହିତ୍ୟ ସଂସଦର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହା ଛଡା ଭୁବନେଶ୍ଵର ରହଣି କାଳରେ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ଅନ୍ୟ କେତେକ ସଂସ୍କୃତିକ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟପାଳଙ୍କ ଓଏସଡି ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରକାଶକରିଛନ୍ତି ।

Share in top social networks!