ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ମେଧାବୃତ୍ତି

45518ରାଜ୍ୟରେ ମେଧାବୀ ତଥା ଗରିବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷାପ୍ରତିଆକୃଷ୍ଟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ବହୁଦିନ ଧରି ପ୍ରଚଳିତ ବୃତ୍ତିହାର ବୃଦ୍ଧି କରିବା ସହ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କର ବାର୍ଷିକ ଆୟର ସୀମା ୨୦୧୦-୧୧ ଆର୍ଥିକ ବର୍ଷରୁ କୋହଳ କରିଛନ୍ତି ।
୧- କନିଷ୍ଠ ମେଧାବୃତ୍ତି,ବରିଷ୍ଠ ମେଧାବୃତ୍ତି ଓ ସ୍ନାତକୋତ୍ତର ମାଧବୃତ୍ତିର ପ୍ରଚଳିତ ହାର ଟ.୪୦/- ,ଟ.୫୦/- ,ଟ.୬୦/- ରୁ କଥାକ୍ରମେ ଟ.୩୦୦/- ,ଟ.୫୦୦/- ,ଓ ଟ.୧୦୦୦/- କୁ ବୃଦ୍ଧି କରାଯାଇଛି ।
୨- କନିଷ୍ଠ ମେଧାବୃତ୍ତି,ବରିଷ୍ଠ ମେଧାବୃତ୍ତି,ଓ ସ୍ନାକୋତ୍ତର ମେଧାବୃତ୍ତି କ୍ଷେତ୍ରରେ ପ୍ରଚଳିତ ବୃତ୍ତି ସଂଖ୍ୟା ୨୧୩୦,୬୦୦ ଓ ୨୬୨ ରୁ ଯଥାକ୍ରମେ ୧୦,୦୦୦,୩,୦୦୦ ଓ ୧୫୦୦ କୁ ବୃଦ୍ଧି କରାଯାଇଅଛି ।
୩- ମେଧାବୀ ତଥା ଦରିଦ୍ର ଛାତ୍ରଛାତ୍ରୀମାନଙ୍କର ପିତାମାତାଙ୍କର ଆର୍ଥିକ ଆୟର ପ୍ରଚଳିତ ବୀମା ୨.୪୦ ଲକ୍ଷ ଟଙ୍କାରୁ ୬.୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋହଳ କରାଯାଇଅଛି । ମେଧାବୃତ୍ତି ପାଇଁ ଯେଉଁ ଛାତ୍ରମାନେ ବିଜ୍ଞାନରେ ସର୍ବନିମ୍ନ ୭୦%, ଓ କଳା ଏବଂ ବାଣିଜ୍ୟ ସ୍ରୋତ ରେ ସର୍ବନିମ୍ନ ୬୦% ମାର୍କ ରଖିଥିବେ,ସେମାନେ ଆବେଦନ କରିପାରିବେ । ସେହିପରି ଯେଉଁ ଛାତ୍ରୀମାନେ ବିଜ୍ଞାନ,କଳା ଏବଂ ବାଣିଜ୍ୟ ସ୍ରୋତରେ ସର୍ବନିମ୍ନ ୬୦% ମାର୍କ ରଖିଥିବେ,ସେମାନେ ମଧ୍ୟ ଆବେଦନ କରିପାରିବେ ।
୫- ବୈଷୟିକ ସ୍ତରରେ ସ୍ନାତକ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ୧୦ହଜାର ଟଙ୍କା କରି ବୃତ୍ତିର ବ୍ୟବସ୍ଥା କରାଯାଇଛି ଏବଂ ଏହି ସଂଖ୍ୟା ୧୦,୦୦୦ କୁ ବୃଦ୍ଧି କରାଯାଇଅଛି । ଏହି କ୍ଷେତ୍ରରେ ପିତାମାତାଙ୍କର ବାର୍ଷିକ ଆୟର ପ୍ରଚଳିତ ସୀମା ୨.୫ଲକ୍ଷ ରୁ ୬.୦୦ଲକ୍ଷ କୁ ବୃଦ୍ଧି କରାଯାଇଅଛି ।
୬- ଜାତୀୟ, ରାଜ୍ୟସ୍ତରୀୟ ଅନୁଷ୍ଠାନ ଓ ଜାତୀୟ ସ୍ତରରେ ସ୍ଵୀକୃତୀପ୍ରାପ୍ତ ଶିକ୍ଷା ଅନୁଷ୍ଠାନରେ ଇଞ୍ଜିନିୟରିଂ,MBBS ଓ BDS ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ତଥା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ B.Pharma,B.Sc(Nurshing) BMMS ଓ BHMS,Integrated Law,Integrated MBA,MCA, ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ଏହି ବୈଷୟିକ ବୃତ୍ତି ପାଇଁ ଆବେଦନ କରିପାରିବେ ।
୭- ସମସ୍ତ ମେଧାବୃତ୍ତିରେ ପ୍ରାୟ ୨୪,୫୦୦ ଛାତ୍ରଛାତ୍ରୀ ଉପକୃତ ହେବେ ।
୮- ଏହାର ବିସ୍ତ୍ରୁତ ବିବରଣୀ ଓ ଆବେଦନ ପତ୍ର ଉଚ୍ଚଶିକ୍ଷା ବିଭାଗ ୱେବସାଇଟ www.dheorissa.inରେ ଉପଲବ୍ଧ ହେଉଛି ।

Share in top social networks!