ବିରଳ ଜନଜାତିଙ୍କ ସମନ୍ଵିତ ବିକାଶ ଲାଗି ଓ.ପି.ଇ.ଏଲ.ଆଇ.ପି ର ପରିକଳ୍ପନା

45517ଓଡିଶା ଆଦିବାସୀ ଜୀବିକା ନିର୍ବାହ ସଶକ୍ତିକରଣ କାର୍ଯ୍ୟକ୍ରମ ବା ଓଟିଇଏଲପିର ସଫଳତା ପରେ ସରକାର ବିରଳ ଜନଜାତି ଗୋଷ୍ଠୀ ବା ପିଟିଜିମାନଙ୍କ ବିକାଶ ଲାଗି ଏକ ନୂଆ ଯୋଜନା (ଓ.ପି.ଇ.ଏଲ.ଆଇ.ପି )ର ପରିକଳ୍ପନା କରଛନ୍ତି । ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭେଲୋପମେଣ୍ଟ ବା ଆଇଫାଡର ଆର୍ଥିକ ସହାୟତାରେ ଏହାକୁ କାର୍ଯ୍ୟ କାରୀ କରାଯିବ । ଇତି ମଧ୍ୟରେ ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେଏହି ନିଷ୍ପତ୍ତି ନିଆଯାଇଅଛି । ରାଜ୍ୟରେ ୧୨ଟି ଜିଲ୍ଲାରେ ରହିଥିବା ୧୩ ପ୍ରକାରର ବିରଳ ସଂବେଦନଶୀଳ ଜନଜାତିଙ୍କ ବିକାଶଲାଗି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେମାନଙ୍କର ଜୀବିକାନିର୍ବାହ ଏବଂ ଜୀବନ ଧାରଣ ସାମର୍ଥ୍ୟ ବୃଦ୍ଧି ସାଙ୍ଗକୁ ସ୍ଥାୟୀ ସମ୍ପତ୍ତି ସୃଷ୍ଟି,କୌଶଳ ବିକାଶ,ଶିକ୍ଷା ଓ ସ୍ଵାସ୍ଥ୍ୟର ବିକାଶ ଆଦି କ୍ଷେତ୍ରରେ ଏକା ସହାୟକ ହେବ । ଓପିଇଏଲଆଇପି ର ଫୋକସରେ ରହିଛି ୫୪୨ ଟି ଗାଁର ୪୦ ହଜାର ପରିବାର । ୨୫ଶହ ସ୍ଵୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥିରେ ସହାୟତା ପ୍ରଦାନ କରାଯିବ । ୧୨ଜିଲ୍ଲାର ୫୪୨ଟି ଗାଁ ଅନ୍ତର୍ଗତ ୮୪ଟି ପଞ୍ଚାୟତରେ ଏହି ଜନଜାତିର ଲୋକମାନେ ବାସ କରୁଛନ୍ତି । ୬ମାସ ମଧ୍ୟରେ କାର୍ଯ୍ୟକ୍ରମ କୁ ନେଇ ଆଇଫାଡର ଏକ ପ୍ରତିନିଧିଦଳ ୯ଟି ମାଇକ୍ରୋ ପ୍ରୋଜେକ୍ଟ ବୁଲି ଦେଖୁଥିଲେ । ସେଗୁଡିକ ମଧ୍ୟରେ ଥିବା ଜୁଆଙ୍ଗ୍ ବିକାଶ ଏଜେନ୍ସି,ପାଉଡି ଭୂୟାଁ ବିକାଶ ଏଜେନ୍ସି,କୂଟିଆ କନ୍ଧ ବିକାଶ ଏଜେନ୍ସି,ସଉରା ବିକାଶ ଏଜେନ୍ସି,ଲାଞ୍ଜିଆ ସଉରା ବିକାଶ ଏଜେନ୍ସି, ଇତ୍ୟାଦି । ୧୬ ଦିନ କାଳ ଅନୁଧ୍ୟାନ ପରେ ଏହି ପ୍ରତିନିଧିଦଳ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିବା ଶହ ଏହାର କାର୍ଯ୍ୟାନ୍ଵୟନ ପନ୍ଥା ଅନୁକରଣୀୟ ବୋଲି ମତ ଦେଇଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମଶିଆନର ଆଇ.ଶ୍ରୀନିବାସ,ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ର ନାଥ ବେହେରା,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସଂଜୀବ ମିଶ୍ର,ଓଟିଇଏଲପି ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ,ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!