ଯୁବନୀତି ଆଧାରରେ ଯୁକ୍ତ-୨ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଲ୍ୟାପଟପ୍ ବଣ୍ଟନ

tn_11-11-2013=4ଅଗଷ୍ଟମାସରୁ ଆରମ୍ଭ ହୋଇଥିବା ଲ୍ୟାପଟପ ବଣ୍ଟନ ଯୋଜନାରେ ଏପର୍ଯ୍ୟନ୍ତ ଲ୍ୟାପଟପ ନ ପାଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଏହା ପ୍ରଦାନ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି । ରାଜ୍ୟ ସରକାରଙ୍କ ନୂତନ ଯୁବନୀତି ଆଧାରରେ ଯୁକ୍ତ-୨ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ଓଡିଶା ସରକାର ଚଳିତ ବର୍ଷ ୧୫,୨୩୫ ଟି ଲ୍ୟାପଟପ ବଣ୍ଟନ କରାଯାଉଛି । ଏହିଯୋଜନାରେ ହିତାଧିକାରୀ ଚୟନ ସଂପୂର୍ଣ୍ଣ ମେଧା ଭିତ୍ତିରେ କରାଯାଇଛି । ଦ୍ଵାଦଶ ପଞ୍ଚବାର୍ଷିକୀ ଯୋଜନାର ସମୟସୀମା ମଧ୍ୟରେ ପ୍ରତିବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟର ମୋଟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ମେଧା ଭିତ୍ତିରେ ଚୟନ କରାଯାଇ ଲ୍ୟାପଟପ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତବର୍ଷ ଲ୍ୟାପଟପ ବଣ୍ଟନର ତାଲିକା:- ଯୁକ୍ତଦୁଇ କଳା (ପାସ କରିଥିବା) ସାଧାରଣ ବର୍ଗ ଛାତ୍ରଛାତ୍ରୀ-୩,୫୬୫ ଅନୁସୂଚିତ ଜାତି ଛାତ୍ରଛାତ୍ରୀ-୧,୬୩୯ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ-୯୨୨ —————————————————– ମୋଟ -୬,୧୨୬ ଯୁକ୍ତଦୁଇ ବିଜ୍ଞାନ ପାସ କରିଥିବା ସାଧାରଣବର୍ଗ ଛାତ୍ରଛାତ୍ରୀ-୫,୦୫୫,ଅନୁସୂଚିତ ଜାତି ଛାତ୍ରଛାତ୍ରୀ-୧,୧୫୧,ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ-୮୬୮-ମୋଟ ଉପରେ ୭,୦୭୪ - ଯୁକ୍ତଦୁଇ ବାଣିଜ୍ୟ ପାସ କରିଥିବା ସାଧାରଣ ବର୍ଗ ଛାତ୍ରଛାତ୍ରୀ-୧,୫୨୭,ଅନୁସୂଚିତ ଜାତି ଛାତ୍ରଛାତ୍ରୀ-୨୬୭,ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ-୨୪୧-ମୋଟ ଉପରେ -୨,୦୩୫ ।

Share in top social networks!