ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଯୋଜନା

45199ରାଜ୍ୟ ସରକାରଙ୍କ ନୂତନ ଯୁବନୀତି ଆଧାରରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଯୋଜନାକୁ ଶକ୍ତିମୟୀ ଯୋଜନା ରୂପେ ଗ୍ରହଣ କରାଯାଇ ଚଳିତ ଶିକ୍ଷାବର୍ଷ ମଧ୍ୟରେ ୩ ଲକ୍ଷ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ମହାବିଦ୍ୟାଳୟ ମାନକରେ ଅଧ୍ୟୟନରତ ଛାତ୍ରୀ ଏହି ଯୋଜନାରେ ନିଜକୁ ସାମିଲ କରି ଏହାର ସଦୁପଯୋଗ କରିପାରିବେ । ଆଗ୍ରହୀଛାତ୍ରୀମାନେ ପ୍ରଶିକ୍ଷଣ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ କରି ଏଥିରେ ଅଂଶଗ୍ରହଣ କରିପାରିବେ ।

Share in top social networks!