ଉଚ୍ଚଶିକ୍ଷା ବିଭାଗ ସଂସ୍କୃତିକ ପରିଷଦର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ

45503
ଆଜି ଅପରାହ୍ନରେ ଉଚ୍ଚଶିକ୍ଷା ବିଭାଗ ସଂସ୍କୃତିକ ପରିଷଦ ତରଫରୁ ସଂସଦର ସଭାପତି ଶ୍ରୀ ଚନ୍ଦ୍ରଶେଖର ନାୟକ,ସମ୍ପାଦକ ଶ୍ରୀ ନିରଞ୍ଜନ ପାଢୀ,କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ନୃସିଂହ ପଟ୍ଟନାୟକ,ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ଏବଂ ବରିଷ୍ଠ ସଭ୍ୟ ଶ୍ରୀ ଅମୃତ ଲାଲ ମିର୍ଦ୍ଦା ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସାକ୍ଷାତ କରି ଚଳିତ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଦ୍ଵାରା ପ୍ରପୀଡିତ ଜନତାଙ୍କ ସାହାଯ୍ୟର୍ଥେ ୩୦ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ସଂସଦର ଏହି ସାଧୁ ଉଦ୍ୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Share in top social networks!