ଶ୍ରୀଜଗନ୍ନାଥଙ୍କ ୭୫୩ ଏକର ଜମି ଦଖଲମୁକ୍ତ

downloadରାଜ୍ୟ ତଥା ରାଜ୍ୟ ବାହାରେ ଶ୍ରୀ ଜନଗନ୍ନାଥଙ୍କ ହଜାର ହଜାର ଏକର ଭୂସମ୍ପତ୍ତି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଜବରଦଖଲରେ ରହିଛି । ଏହି ବିଶାଳ ଭୂସମ୍ପତ୍ତିକୁ ଦଖଲ ମୁକ୍ତ କରି ଜଗନ୍ନାଥଙ୍କ ମାଲିକାନାକୁ ପୁନର୍ବାର ଫେରାଇ ଆଣିବା ଉପରେ ରାଜସ୍ୱ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି । ରାଜସ୍ୱ ବିଭାଗ ନିର୍ଦ୍ଦେଶମତେ ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ଶ୍ରୀଜଗନ୍ନାଥଙ୍କ ୭୫୩ ଏକର ଜମିକୁ ଦଖଲମୁକ୍ତ କରିବାରେ ସମର୍ଥ ହୋଇଛି । ଖୋର୍ଦ୍ଧା ତହସିଲର କେରେଣ୍ଡା,ଛତିପୁର,ନରସିଂହପ୍ରସାଦ,ବ୍ରଜମୋହନପୁର,ଗୋପୀନାଥପୁର,ଧଉଳି ମୁହଁ,ଭୋଗପୁର,ଛତ୍ରମା ମୌଜାରେ ଥିବା ୩୩୭ ଏକର ୪୮୮ ଡେସିମିଲ୍ ଜମିକୁ କଟକ ରାଜସ୍ୱ ପର୍ଷଦଙ୍କ ଆଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଖୋର୍ଦ୍ଧା ତହସିଲଦାର ରେକର୍ଡ କରିଛନ୍ତି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ଜନ୍ତିଆ ମୌଜାର ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ୪୧୫ ଏକର ୭୪୦ ଡେସିମିଲ୍ ଜମିକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ରେକର୍ଡ କରିବାକୁ ଜଟଣୀ ତହସିଲଦାରଙ୍କୁ ଆଦେଶ ଦେଇଛନ୍ତି । ତଦନୁସାରେ ମହାପ୍ରଭୁଙ୍କ ନାମରେ ରେକର୍ଡ ସଂଶୋଧନ କରିଛନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ବେଗୁନିଆ ତହସିଲଦାର ବିଭିନ୍ନ ମୌଜାର ୨୩ଟି ରେକର୍ଡ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଚୂଡାନ୍ତ କରିବାକୁ ରାଜସ୍ୱ ପର୍ଷଦ ଆଦେଶ ଦେଇଛନ୍ତି ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ,ଏହି ମୁଲ୍ୟବାନ ଜମିରୁ ଭୁବନେଶ୍ଵର ଆଖପାଖର କେତେକ ଜମିରେ ପ୍ଳଟିଙ୍ଗ ସ୍କିମ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭୁବନେଶ୍ଵର ନିଗମ କର୍ତ୍ତୁପକ୍ଷ (ବିଡିଏ)ମଧ୍ୟରେ ବୁଝାମଣା ପତ୍ର ନିକଟରେ ସ୍ଵାକ୍ଷରିତ ହେବ । ବହୁ ଜନସାଧାରଣ ଏହା ଦ୍ଵାରା ଉପକୃତ ହେବେ ।

Share in top social networks!