ପଶ୍ଚିମ ଓଡିଶା ପୌରନିର୍ବାଚନ ପାଇଁ ପ୍ରଚାର ଜୋରଦାର

45403ପଶ୍ଚିମ ଓଡିଶାର ୯ଟି ଜିଲ୍ଲାର ୨୦ଟି ପୌରାଞ୍ଚଳରେ ଚାଲିଥିବା ପୌର ନିର୍ବାଚନ ପ୍ରଚାର ଏବେ ବେଶ୍ ସରଗରମ ହୋଇଛି । ପ୍ରଚାର କ୍ଷେତ୍ରରେ ଶାସକ ଦଳ ଆଗୁଆ ରହିଥିବା ବେଳେ ଜାତୀୟ ବିଜେପି ଓ କଂଗ୍ରେସ ଦଳର ପ୍ରଚାର ପଛରେ ରହିଥିବାର ପରିଲକ୍ଷିତ ହୋଇଛି । ଏହି ପୌରାଞ୍ଚଳ ନିର୍ବାଚନ ପ୍ରଚାର କାର୍ଯ୍ୟ ଆଉ ୬ ଦିନ ଚାଲିବ । ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ଦଳ ପକ୍ଷରୁ ଜୋରସରରେ ଉଦ୍ୟମ ଚାଲିଛି । ପ୍ରଚାର କାର୍ଯ୍ୟରେ ଦଳୀୟ କର୍ମକର୍ତ୍ତା ଙ୍କ ଠାରୁ ଆରମ୍ଭ କରି ବିଧାୟକ ମନ୍ତ୍ରୀମାନେ ନିଯୋଜିତ ରହିଛନ୍ତି । ଫଳରେ ଦଳୀୟ କର୍ମୀମାନେ ବେଶ୍ ଉତ୍ସାହିତ ହୋଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାରେ ଲାଗିଛନ୍ତି । କଳାହାଣ୍ଡି ଭବାନୀପାଟଣାରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର,ଶକ୍ତି ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ,ଦୁଇ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତି , ମୁନ୍ନା ଖାଁ, ଏବଂ ଦୁଇ ଜଣ ଦଳୀୟ ବିଧାୟକ ଆଜି ବିଭିନ୍ନ ୱାର୍ଡରେ ରୋଡ ସୋ କରିବା ସହ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ଏହିସବୁ ସଭାରେ ହେଉଥିବା ଜନସାଧାରଣ ଙ୍କ ସମାବେଶ ଅନ୍ୟାନ୍ୟ ଦଳର ସମାବେଶ ଅପେକ୍ଷା ଅଧିକ ରହୁଥିବାର ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ଓଡିଶା ପ୍ରତି କେନ୍ଦ୍ର ସରକାର କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାରର ଅବହେଳା ସମ୍ପର୍କରେ ଅବଗତ କରାଇଥିଲେ । ଅପର ପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଚାଲିଥିବା ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିଯୋଜିତ ଥିବା ଦଳୀୟ କର୍ମକର୍ତ୍ତା ଓ ନେତାମାନେ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ଵ ଦିଆନଯିବା ,ରାଜ୍ୟରେ ଦେଖାଯାଇଥିବା ଆଇନଶୃଙ୍ଖଳା,ବିପର୍ଯ୍ୟସ୍ତ,ଦରଦାମ୍ ବୃଦ୍ଧି,ଦୁର୍ନୀତି ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିବା ଦେଖାଦେଇଛି । ତେବେ ସାଧାରଣ ଭୋଟର ଆଗାମୀ ଦିନରେ ହେବାକୁ ଥିବା ଭୋଟ ଦିନ କେଉଁ ଦଳ ପ୍ରତି ସେମାନଙ୍କର ସମର୍ଥନ ରହିଛି ତାହା ସେ ଦିନ ଜଣାପଡିବ ।

Share in top social networks!