କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଆଇଏସ୍ଓ ମାନ୍ୟତା

45517
କୋରାପୁଟ ମୁଖ୍ୟ ଚିକିତ୍ସାଳଯରେ ରୋଗୀମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ଏହାକୁ ଆଇଏସ୍ଓ ମାନ୍ୟତା ପ୍ରଦାନ କରାଯାଇଛି । ଆସନ୍ତାକାଲି ଭୁବନେଶ୍ଵରର ମେ ଫେୟାର ହୋଟେଲ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଇଏସ୍ଓ ୯୦୦୧,୨୦୦୮ ମାନ୍ୟତା ପ୍ରଦାନ ସହ ପ୍ରମାଣପତ୍ର ପ୍ରଦାନ କରାଯିବ । ଏ ସମ୍ପର୍କରେ ରାଜ୍ୟ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ରୂପା ମିଶ୍ରଙ୍କ ଚିଠି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ଏନେଇ ପତ୍ର ମାଧ୍ୟମରେ ସୂଚନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ନିରଞ୍ଜନ ଦାସ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ବି.କେ ମହାପାତ୍ର ଭୁବନେଶ୍ଵର ଯାଇଛନ୍ତି । ଉଭୟ ଉକ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!