ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ପୌରନିର୍ବାଚନ ପ୍ରଚାର

44887ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆଜି ଠାରୁ ପଶ୍ଚିମ ଓଡିଶା ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତରେ ସପୃକ୍ତ ଅଞ୍ଚଳର ନେତା ଓ ପ୍ରାର୍ଥୀମାନେ ଅଧିକ ପ୍ରୋତ୍ସାହିତ ଦେବା ସହ ମନରେ ବିଜୟର ଆଶା ବଢିବାରେ ଲାଗିଛି । ଅନ୍ୟ ପକ୍ଷରେ କଂଗ୍ରେସ ଓ ବିଜେପି ପକ୍ଷରୁ ଦଳୀୟ ସ୍ଥାନୀୟ ନେତୃବୃନ୍ଦ ମାନେ ସେମାନଙ୍କର ପ୍ରଚାରକାର୍ଯ୍ୟ ଚଳାଇଛନ୍ତି । କଂଗ୍ରେସର ରାଜ୍ୟ ସଭାପତି ଜୟଦେବ ଜେନା ଦେବଗଡଠାରୁ ଆସନ୍ତାକାଲି ନିର୍ବାଚନ ପ୍ରଚାର କରିବେ । ଅନ୍ୟାନ୍ୟ ସ୍ଥାନରେ ସାଂସଦ ଭକ୍ତ ଚରଣ ଦାସ,ପୂର୍ବତନ ମନ୍ତ୍ରୀ କିଶୋର ପଟେଲ,ସାଂସଦ ହେମାନନ୍ଦ ବିଶ୍ଵାଳ ଓ ଦଳର ୧୫ ଜଣ ବିଧାୟକ ସମେତ ବିଭିନ୍ନ ଛାମୁଆ ସଂଗଠନର ନେତାମାନେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ କଂଗ୍ରେସ ଓ ବିଜେପି ନେତାମାନେ ଗାଡିରେ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ବିରୋଧୀ କଂଗ୍ରେସ ଦଳର ନେତାମାନଙ୍କର କହିବା ଅନୁଯାୟୀ ପଶ୍ଚିମ ଓଡିଶାରେ ନିର୍ବାଚନରେ ବିବେକ ଓ ଅର୍ଥ ମଧ୍ୟରେ ଲଢେଇ ହେବ ।

Share in top social networks!