ସର୍ବଭାରତୀୟ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆଜି ଠାରୁ ଆରମ୍ଭ

45245ଇଞ୍ଜିନିୟରିଂ କ୍ଷେତ୍ରରେ ନାମଲେଖାଇବା ପାଇଁ ସର୍ବଭାରତୀୟ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଆସନ୍ତାକାଲି ଠାରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପଦକ୍ଷେପ ଆରମ୍ଭ କରାଯାଇଅଛି । ଚଳିତବର୍ଷ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଉଠାଇଦିଆଯାଇଥିବା ହେତୁ ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଓଡିଶାରେ ଅଧିକ ସଂଖ୍ୟାରେ ପରୀକ୍ଷାକେନ୍ଦ୍ର ଖୋଲାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୦୧୪ ଅପ୍ରେଲ ୬ ତାରିଖରେ ମେନ ପରୀକ୍ଷା ହେବାକୁ ଯାଉଥିବା ବେଳେ ଏଥିପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି । ଏଥିପାଇଁ ଦୁଇଟି rank card ଛାତ୍ରଛାତ୍ରୀମାନେ ପାଇବେ । ଯେଉଁମାନେ ସର୍ବଭାରତୀୟ ସ୍ତରରେ ପଢିବାରେ ସେମାନଙ୍କ ପାଇଁ ଏକ rank card ଏବଂ ରାଜ୍ୟପାଇଁ ଆଉ ଏକ rank card ଏବଂ ରାଜ୍ୟପାଇଁ ଆଉ ଏକ rank card ପ୍ରଦାନ କରାଯିବ ।

Share in top social networks!
Powered By Indic IME