IAP ଯୋଜନାରେ ଓଡିଶା ସାରା ଦେଶରେ ପ୍ରଥମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟରେ ବିଜୁ କେବିକେ ଓ ବିଜୁ କନ୍ଧମାଳ -ଗଜପତି ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ 2006-07 ରେ ବିଜୁ କେବିକେ ଯୋଜନା ରାଜ୍ୟ ସରକାର ନିଜ ପାଣ୍ଠିରୁ ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସରକାର ପ୍ରତିବର୍ଷ ୧୨୦ କୋଟି ଟଙ୍କା ଖର୍ଚ କରୁଛନ୍ତି।

ବର୍ତମାନସୁଦ୍ଧା ଏହି ଯୋଜନା ମାଧ୍ୟମରେ ସରକାର ୫୭୧.୨୧ କୋଟି ଟଙ୍କା ଖର୍ଚ କରିଛନ୍ତି, ଯାହାକି ମୋଟ ବରାଦ ଅର୍ଥର ୮୪ ପ୍ରତିଶତ। ବିଜୁ କେବିକେ ଯୋଜନାରେ ମାଲକାନଗିରି ଜିଲ୍ଲା ସର୍ବାଧିକ ୯୬ ପ୍ରତିଶତ ଅର୍ଥ ଖର୍ଚ
Integrated Action Planରେ ଓଡିଶାରେ ୭୦ପ୍ରତିଶତ ଅର୍ଥ ବିନିଯୋଗ ହୋଇଅଛି, ଯାହାକି କାର୍ଯ୍ୟକାରୀ ହେଉଥିବା ୯ଟି ରାଜ୍ୟ ମଧ୍ୟରେ ସର୍ବାଧିକ। ଏହି ଅର୍ଥ ଖର୍ଚକରିବାରେ ଓଡିଶା ସାରା ଦେଶରେ ପ୍ରଥମ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା। କରିଥିବାବେଳେ ନୂଆପଡା, ବଲାଙ୍ଗିର ଓ ସୁବର୍ନପୁର

ଜିଲ୍ଲାମାନେ ୯୦ ପ୍ରତିଶତ ଉପରେ ଅର୍ଥ ଖର୍ଚକରିଛନ୍ତି। ବିଜୁ କେବିକେ ଯୋଜନାରେ ବର୍ତମାନସୁଦ୍ଧା ୧୨୨୧୫ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଅଛି।

Share in top social networks!