କାନାରା ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କାର ସହାୟତା ଦିଆଯିବ

45436
କାନାରବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କାର ସହାୟତା ରାଶି ବାତ୍ୟା ଓ ବନ୍ୟା ପ୍ରପୀଡିତ ଓଡିଆବାସୀଙ୍କ ନିମନ୍ତେ ପ୍ରଦାନ କରାଯିବ । କାନାରବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ବେଙ୍ଗଲୁରୁରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.ଏସ୍.ରାୱତ ଏବଂ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ମୈଥିଳୀ କ୍ରୀଷ୍ଣମୁର୍ତ୍ତି ୧୩ ତାରିଖରେ ଭୁବନେଶ୍ଵର ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଏହି ରାଶି ପ୍ରଦାନ କରିବେ । ଏହି ପ୍ରତିନିଧିଦଳ କାନାରାବ୍ୟାଙ୍କ କମ୍ପ୍ୟୁଟର ଲର୍ଣ୍ଣିଙ୍ଗ ସେଣ୍ଟର ନିମନ୍ତେ ସେଞ୍ଚୁରିଆନ ୟୁନିଭରସିଟିକୁ ୧୦୦ ଟି କମ୍ପ୍ୟୁଟର କ୍ରୟ ପାଇଁ ୨୫ଲକ୍ଷ ଟଙ୍କା ଏବଂ ମିଶନ ଆଶ୍ରାକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିବେ ।

Share in top social networks!
Powered By Indic IME