ଲୋକାଲ ଫଣ୍ଡ ଅଡିଟ ନିର୍ଦେଶାଳୟ ଉଦଘାଟିତ

ଆଜି ଅର୍ଥ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ  ଲୋକାଲ ଫଣ୍ଡ ଅଡିଟ ନିର୍ଦେଶାଳୟର ନୂତନ କାର୍ଯ୍ୟଳୟ ଗୃହକୁ ଉଦଘାଟନ କରିଛନ୍ତି। ଏହି ଅନ୍ତକରଣ ପରେ ନିର୍ଦେଶାଳୟର କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ।

ଏହି କାର୍ଯ୍ୟଳୟ ହେବାପରେ ବହୁଦିନରୁ ଥିବା ଆବଶ୍ୟକତା ପୂରଣ ହୋଇପାରିବ ଓ ଏଣିକି ସମସ୍ତ ହିସାବ ସମୀକ୍ଷା କାର୍ଯ୍ୟ ସୂଚାରୁରୂପେ ହୋଇପାରିବ ବୋଲି ଅର୍ଥ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଶା ପ୍ରକାଶ କରିଛନ୍ତି। ଓଡିଶା ଅର୍ଥ ସେବାର ପ୍ରଦୀପ ବିଶ୍ଵାଳଙ୍କୁ ଏହି ନିର୍ଦେଶାଳୟର ପ୍ରଥମ ନିର୍ଦେଶକ ଭାବେ ଅବସ୍ତାପିତ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Share in top social networks!