ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ୧୫୯ କୋଟିରେ ପହଞ୍ଚିଲା

tn_8-11-2013=6
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବନ୍ୟା ଓ ବାତ୍ୟା ପ୍ରପୀଡିତଙ୍କ ନିମନ୍ତେ ସହାୟତା ରାଶି ଦାନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦାନର ପରିମାଣ ୧୫୯ କୋଟି ୭୪ଲକ୍ଷ ୯୦୪୬ ଟଙ୍କାରେ ପହଞ୍ଚିଛି । NTPC ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦କୋଟି ଟଙ୍କା ଦାନ କରାଯାଇଥିବା ବେଳେ ୟୁନିୟନ ବ୍ୟାଙ୍କ ପକ୍ଷରୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କଟକର ବି.ସି. ମହାନ୍ତି ଆଣ୍ଡ ସନସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧୦ଲକ୍ଷ ଟଙ୍କା ବ,ଶୈଳବାଳା ମହିଳା କଲେଜ ପକ୍ଷରୁ ଦୁଇଲକ୍ଷ ୧୨ ହଜାର ୮୦୦ ଟଙ୍କା,ଭୁବନେଶ୍ଵରସ୍ଥ ESIR ର institute of minerals and materials technology ପକ୍ଷରୁ ଏକଲକ୍ଷ ୬୯ହଜାର ୩୯୦ ଟଙ୍କା,powen transmission enginears association ପକ୍ଷରୁ ଏକଲକ୍ଷ ୬୫ ହଜାର ଟଙ୍କା grideo finance services welfare association ପକ୍ଷରୁ ଏକଲକ୍ଷ ଟଙ୍କା Aryan institute of engineering and technology ଭୁବନେଶ୍ଵର ପକ୍ଷରୁ ଏକଲକ୍ଷ ଟଙ୍କା,ଭୁବନେଶ୍ଵର Eagle technology resounce ପକ୍ଷରୁ ପଚାଶହଜାର ଟଙ୍କା,ସାଂସଦ ବୈଷ୍ଣବ ଚରଣ ପରିଡାଙ୍କ ପକ୍ଷରୁ ପଚାଶହଜାର ଟଙ୍କା,Nalco community centre welfare committe ପକ୍ଷରୁ ପଚାଶହଜାର ଟଙ୍କାଭୁବନେଶ୍ଵର ନବକୃଷ୍ଣ ଚୌଧୁରୀ centre for development studies ପକ୍ଷରୁ ୨୯ହଜାର ୭୨୩ ଟଙ୍କା,ଜଟଣୀସ୍ଥ ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ପଚାଶହଜାର ଟଙ୍କା,ବାଲୁଗାଁ କଲେଜ ପକ୍ଷରୁ ୧୫ହଜାର ଟଙ୍କା,ଭୁବନେଶ୍ଵରର india media centre ପକ୍ଷରୁ ୧୨ ହଜାର ଟଙ୍କା,ଆଚାର୍ଯ୍ୟ ବିହାର young ଅନୁଷ୍ଠାନ ପକ୍ଷରୁ ୧୦ହଜାର ୧୧୦ ଟଙ୍କା,ଭୁବନେଶ୍ଵର ଏସ.ଶ୍ରୀନିବାସ ରାଓ ପାଞ୍ଚହଜାର ଏବଂ ରାଇରଙ୍ଗପୁରର ବିଜୟଲକ୍ଷ୍ମୀ ମହାନ୍ତି ପାଞ୍ଚହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ସହୃଦୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।