ଓଡିଶାରେ ଅଧିକ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଶ୍ଵବାଙ୍କ ଆଗ୍ରହୀ

ଓଡିଶାରେ ଅଧିକ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଶ୍ଵବାଙ୍କ ଆଗ୍ରହୀ। ଏହା କହିଛନ୍ତି ବିଶ୍ଵବାଙ୍କର କାର୍ଯ୍ୟକାରୀ ନିର୍ଦେଶକ ମାଇକେଲ କେନ। ଆଜି କେନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଓଡିଶାରେ ବିଶ୍ଵବାଙ୍କର ବିଭିର୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ଅବସରରେ ଓଡିଶାରେ ବିଶ୍ଵବାଙ୍କ ସହାୟତାରେ ଚାଲୁଥିବା ପ୍ରକଳ୍ପ ତୃପ୍ତି, ଗୋଷ୍ଟି ଜଳାଶୟ ପ୍ରକଳ୍ପ ଓ  ରାଜ୍ୟ ସଡକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହିସବୁ ପ୍ରକଳ୍ପର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ବିଶ୍ଵବାଙ୍କର କାର୍ଯ୍ୟକାରୀ ନିର୍ଦେଶକ ମାଇକେଲ କେନ ବିଭିର୍ନ ପ୍ରକଳ୍ପ ପାଇଁ ଆର୍ଥିକ ଓ ବୈଷୟକ ସହାୟତା ଦେବା ପାଇଁ ବିଶ୍ଵବାଙ୍କ ଇଛୁକ ବୋଲି ସେ କହିଥିଲେ।

Share in top social networks!