ବିଶିଷ୍ଟ ଶିକ୍ଷାବିତ ଅବନୀ ବରାଳଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ

download
ଆଦର୍ଶ ଶିକ୍ଷକ ତଥା ଶିକ୍ଷକ ନେତା ଅବନୀ ବରାଳଙ୍କ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର ଏକ ଶୋକବାର୍ତ୍ତରେ କହିଛନ୍ତି ଯେ,ଜଣେ ଆଦର୍ଶ ଶିକ୍ଷକ,ବିଶିଷ୍ଟ ଶିକ୍ଷାବିତ,ସାମ୍ୟବାଦୀନେତା,ସ୍ତମ୍ଭକାର ଭାବେ ସ୍ଵାଗତ ବରାଳ ଓଡିଶାରେ ବେଶ୍ ସୁପରିଚିତ ଥିଲେ । ଶିକ୍ଷାନୀତିର ସଂସ୍କାର ଆଣିବାରେ ତାଙ୍କର ପ୍ରୟାସ ପ୍ରଣିଧାନଯୋଗ୍ୟ । ବିଭିନ୍ନ ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶିତ ତାଙ୍କର ସ୍ତମ୍ଭ ବୁଦ୍ଧିଜୀବୀ ମହଲରେ ଆଦୃତିଲାଭ କରିବା ସହ ଶିକ୍ଷା କ୍ଷେତ୍ରରେ ଥିବା ଦୋଷ ତୃଟିକୁ ଲୋକଲୋଚନକୁ ଆଣିପାରିଥିଲା । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Share in top social networks!
Powered By Indic IME