ରାୟଗଡା ଶିକ୍ଷା ସହାୟିକା ମୃତ୍ୟୁ ଘଟଣାରେ ୪ ଅଧିକାରୀ ଚାକିରିରୁ ବହିଷ୍କୃତ

45334ରାୟଗଡା ଜିଲ୍ଲା ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଟିକିରି ଥାନା ଆଇ.ଆଇ.ସି ଶ୍ରୀ ସୁଜିତ୍ କୁମାର ସେ,ସହକାରୀ ସବ୍ ଇନ୍ସପେକ୍ଟର (ଏଏସଆଇ) ଶ୍ରୀ ମୁରଲୀଧର ପ୍ରଧାନ,ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସ୍.ଆଇ ଶ୍ରୀ ନେତ୍ରାନନ୍ଦ ଦଣ୍ଡସେନା ଏବଂ ଡି.ଆଇ ଶ୍ରୀ ଧରଣୀଧର ବେହେରାଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି । ସମ୍ବିଧାନର ଧାରା ୩୧୧(୨) ଅନୁଯାୟୀ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।