ପଞ୍ଚାୟତିରାଜ ମନ୍ତ୍ରୀଙ୍କ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ

45391
ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସ ନୂଆଦିଲ୍ଲୀଠାରେ ଆଜି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ଗ୍ରାମଞ୍ଚନ ବିକାଶ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିକଟରେ ରାଜ୍ୟରେ ଘଟିଥିବା ବାତ୍ୟା ଓଅ ବନ୍ୟା ପାଇଁ ଅତିରିକ୍ତ ୩ ଲକ୍ଷ ଇନ୍ଦିରାଆବାସ ଏବଂ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ଶହ କୋଟି ଟଙ୍କା ଅତିରିକ୍ତ ଭାବେ ମଞ୍ଜୁର କରିବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ସେହିପର ଶ୍ରୀ ଦାସ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଭି.କଶେର ଦେଓଙ୍କୁ ସାକ୍ଷାତ କରି ତାଙ୍କ ମନ୍ତ୍ରଣାଳୟ ତରଫରୁ ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ଏବଂ ରାଜୀବ ଗାନ୍ଧୀ ପଞ୍ଚାଯତ ସଶକ୍ତିକରଣ ଯୋଜନା ଅଧୀନରେ ବକେୟା ପଡିଥିବା ଅର୍ଥ ତୁରନ୍ତ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟଯେ ଘୂର୍ଣ୍ଣିଝଡ ଫାଇଲିନ ରେ ଉପକୂଳବର୍ତ୍ତୀ ଅଞ୍ଚଳ ବା ଜିଲ୍ଲା,ମାନକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତା ଛଡା ପରବର୍ତ୍ତୀ ବନ୍ୟାରେ ବହୁ କଚ୍ଚା ଘର ଭାଙ୍ଗିଯାଇଛି । ପ୍ରପୀଡିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଯତ୍ପରନାସ୍ତି ଉଦ୍ୟମ ଜାରୀ ରଖିଛନ୍ତି । କେନ୍ଦ୍ରର ସହାୟତା ଆସିଲେ ପୁନଃରୁଦ୍ଧାର କାର୍ଯ୍ୟ ସୁଗମ ହୋଇପାରିବ ।

Share in top social networks!
Powered By Indic IME