ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲକ୍ଷ୍ୟ ଓ ଫଳାଫଳ ଭିତ୍ତିକ କାର୍ଯ୍ୟକ୍ରମ ତଥା ନଥିକରଣ ପ୍ରସ୍ତୁତ କାର୍ଯ୍ୟକ୍ରମରେ ସାମିଲ

download (1)
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାର ଏକ ଲକ୍ଷ୍ୟ ଓ ଫଳାଫଳ ଭିତ୍ତିକ କାର୍ଯ୍ୟକ୍ରମ ତଥା ନଥିକରଣ ପ୍ରସ୍ତୁତ କରିଛି । ଯୋଜନା ଓ ସମନ୍ଵୟ ବିଭାଗର ପରାମର୍ଶ କ୍ରମେ ଏହା ପ୍ରସ୍ତୁତ କରାଯାଇ ଦାଖଲ କରାଯିବା ସହିତ ଏହି ନୂତନ ବ୍ୟବସ୍ଥାରେ ସାମିଲ ହୋଇଛି । ଏନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ରୂପା ମିଶ୍ର ଗତ କାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତଙ୍କ ସହ ଆଲୋଚନା କରିଥିଲେ । ଏହାଦ୍ୱାରା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଅନ୍ୟ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ସହିତ କାର୍ଯ୍ୟକରୀ କରାଯାଉଥିବା ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଫଳରେ ବିଭିନ୍ନ ଯୋଜନା ରୂପାୟନ ସ୍ଵଚ୍ଛ ଓ ସହଜ ହୋଇ ପାରିବ । ପ୍ରକାଶ ଥାଉକି କେନ୍ଦ୍ରସରକାରଙ୍କ ପରାମର୍ଶ ଭିତ୍ତିରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ଵୟ ବିଭାଗ ତରଫରୁ ଗତ କିଛିଦିନ ଧରି ରେଜଲ୍ଟ ବେସ୍ଡ଼ ଫ୍ରେମୱାର୍କ ଡକୁମେଣ୍ଟେସନ (ଆର.ଏଫ୍.ଡି)କାର୍ଯ୍ୟକ୍ରମ ଆରମ୍ଭ କରି ସମସ୍ତ ବିଭାଗକୁ ସାମିଲ କରାଯିବା ପାଇଁ ଉଦ୍ୟମ କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିରେ ସାମିଲ ହୋଇଛନ୍ତି । ବିଭାଗ ଅଧିନସ୍ଥ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ,ପରିବାର କଲ୍ୟାଣ ନିର୍ଦ୍ଦେଶକ,ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମିଳିତ ଭାବେ ବିଭାଗର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମକୁ ନେଇ ଏହି ଡକୁମେଣ୍ଟ ପ୍ରସ୍ତୁତ କରିଥିବା ଶ୍ରୀମତୀ ମିଶ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ରାଉତଙ୍କୁ ଅବଗତ କରିଥିଲେ ।

Share in top social networks!
Powered By Indic IME