ବିଜେପି ରାଜ୍ୟ ନେତୃତ୍ଵଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟବିରୁଦ୍ଧରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବଡ ଧରଣର ବିକ୍ଷୋଭ

downloadବିଜେପିର ରାଜ୍ୟ ନେତୃବୃନ୍ଦ ଦଳର ସାଙ୍ଗଠନିକ ଢାଞ୍ଚାକୁ ଦୁର୍ବଳ କରିବା ପାଇଁ ଜେଭଳି ଭାବେ ବିଭିନ୍ନ ଜିଲ୍ଲାରେ ଥିବା ନିର୍ବାଚିତ ମଣ୍ଡଳ ସଭାପତି ମାନଙ୍କୁ ବାହାର କରି ଦେବା ସହ ବହୁ ଦଳ ବିରୋଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ମନୋନୀତ କରି ଦଳକୁ ଦୁର୍ବଳ କରିଚାଲିଛନ୍ତି ତା’ ବିରୁଦ୍ଧରେ ଆଜି କେନ୍ଦୁଝର ଜିଲ୍ଲାରେ ପ୍ରାୟ ଦୁଇ ହଜାର କାର୍ଯ୍ୟକର୍ତ୍ତା ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ପାଉକି ସମଗ୍ର ରାଜ୍ୟରେ ଗତ ପୌରନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ବିଜେପି କେଉଁ ଏକମାତ୍ର ମୁନିସିପାଲିଟି ରେ (ବଡବିଲ)ରେ ଅଧ୍ୟକ୍ଷ ପଦ ହାସଲ କରିଛି ତାର ସଭାପତି ଙ୍କ ସମେତ ଜିଲ୍ଲାର ୬ଜଣ ନିର୍ବାଚିତ ମଣ୍ଡଳ ସଭାପତି ଙ୍କୁ ବିନା କାରଣରେ ବାହାର କରି କେତେକ ଦଳ ବିରୋଧୀ ଓ ଅସାମାଜିକ ଖଣି ମାଫିଆ ଭଳି ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦଳର ବହୁ କାର୍ଯ୍ୟକର୍ତ୍ତା ରାଜ୍ୟ ସଭାପତିଙ୍କୁ ଏ ସମ୍ପର୍କରେ ବହୁ ବାର ଜଣାଇଥିଲେ ମଧ୍ୟ ତା’ର କୌଣସି ଉତ୍ତର ଣ ପାଇବାରୁ ବାଧ୍ୟ ହୋଇ ସମଗ୍ର ଜିଲ୍ଲାରୁ ଶହଶହ କାର୍ଯ୍ୟକର୍ତ୍ତା ଆଜି ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ ପଟିବାନ୍ଧି ଉପସ୍ଥିତ ହୋଇଥିଲେ । କିନ୍ତୁ ରାଜ୍ୟ କାର୍ଯ୍ୟାଳୟ ରେ କୌଣସି ପଦାଧିକାରୀ ନ ଥିବାରୁଏହି କାର୍ଯ୍ୟକର୍ତ୍ତା ମାନେ ପ୍ରଥମେ ଧାରଣା ଓ ପରେ ବିକ୍ଷୋଭ ତଥା ପ୍ରତିବାଦ ସଭା କରିଥିଲେ । ଏମାନଙ୍କ ମଧ୍ୟରେ ବହୁସଂଖ୍ୟକ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ,ବିଭିନ୍ନ ମୋର୍ଚ୍ଚା,ବ୍ଲକ ଓ ପଞ୍ଚାୟତ ସ୍ତରର କାର୍ଯ୍ୟକର୍ତ୍ତା,ପୌର ପରିଷଦ ସଭ୍ୟ ଠାରୁ ପଞ୍ଚାୟତ ସ୍ତରର ବାର୍ତ୍ତାମାନ ଓ ପୁରୁଣା ପଦାଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକର୍ତ୍ତା ମାନେ ରାଜୁଆ ପଦାଧିକାରୀମାନଙ୍କ ମନମୁଖୀ ଏବଂ ପ୍ରତିହିଂସା ପରାୟଣ କାର୍ଯ୍ୟର ତୀବ୍ର ନିନ୍ଦା କରିଥିଲେ । କେନ୍ଦୁଝର ଭଳି ରାଜ୍ୟର ଅଧିକାଂଶ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ଅସନ୍ତୋଷ କ୍ରମେ ବିସ୍ଫୋଟକ ଅବସ୍ଥା ଧାରଣ କରିବାକୁ ଯାଉଛି ବୋଲି ସାମ୍ବାଦିକ ମାନଙ୍କ ସହ ଆଲୋଚନା ଛଳରେ ଏହି ନେତାମାନେ ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନ ରୁ ଦଳ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କୁ ଅପେକ୍ଷାକରିବା ପରେ ଏମାନେ ଫେରିଯାଇଥିଲେ । ରାଜ୍ୟ କାର୍ଯ୍ୟାଳୟ ଗେଟ୍ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥଙ୍କ ଫୋଟୋ ନ ଥିବାରୁ ଏହି ଧାରଣାକାରୀମାନେ ଏକ ନୂଆ ଫୋଟ ସେଠାରେ ଲଗାଇବା ପରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଲ୍ଲୀ ପ୍ରେରଣା କରିଛନ୍ତି । ଆଗାମୀ ଦିନରେ ଏକ ପ୍ରତିନିଧିଦଳ ଦିଲ୍ଲୀଯାଇ କେନ୍ଦ୍ରୀୟ ନତୃତ୍ଵକୁ ଏ ବିଷୟରେ ଅବଗତ କରାଇବେ ବୋଲି ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ ପଣ୍ଡା ଜଣାଇଛନ୍ତି ।

Share in top social networks!
Powered By Indic IME