ବୈଷୟିକ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ଵ

45245୨ ବର୍ଷ ପୂର୍ବ ବୈଷୟିକ ଉଚ୍ଚଶିକ୍ଷା ଏବଂ ଶିଳ୍ପ ବିଭାଗ ଠାରୁ ପୃଥକ ହୋଇ ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିଭାଗର ସ୍ଵତନ୍ତ୍ର ସୃଷ୍ଟି ଆମ ପାଇଁ ଯେତିକି ଆହ୍ଵାନ ଆଣିଥିଲା ବୈଷୟିକ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଆଜି ଏହି ଆହବାନକୁ ଦ୍ଵିଗୁଣିତ କରିଛି । ବୈଷୟିକ ଶିକ୍ଷାରେ ସୁଧାର ଆଣି ଏହାକୁ ଜାତୀୟ ସ୍ତରକୁ ଆଣିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ । ଓଡିଶାରେ ବୈଷୟିକ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନା ଚକ୍ରରେ ଅଧ୍ୟକ୍ଷତାକରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଏକ କଥା କହିଛନ୍ତି । ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶା ଏକ ଗୁଣବତ୍ତା ସମ୍ପନ୍ନ ହେବା ନିହାତି ଭାବରେ ଆଶା କରାଯାଉଛି । ସମ୍ପ୍ରତ୍ତି ୯୦ ପ୍ରତିଶତ ଛାତ୍ରଛାତ୍ରୀ ଚାକିରି ଉପରେ ନିର୍ଭର କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରଣୀତ ଯୁବନୀତି ରେ କର୍ମ ସଂସ୍ଥାନ ଉପରେ ଗୁରୁତ୍ଵ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ବୈଷୟିକ ମହାବିଦ୍ୟାଳୟ ଓ ଡିପ୍ଲୋମା ପ୍ରତିଷ୍ଠାନ ଗୁଡିକର ସମସ୍ତ ପ୍ରକାର ଭିତ୍ତିଭୂମି ଉନ୍ନତି କରାଯାଇ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହେବାର ଲକ୍ଷ୍ୟ ରଖିବାକୁ କହିଛନ୍ତି । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା ଭାବରେ ବିପିୟୁଟି ଏବଂ ଭିସୁଟ୍ ର ଶିକ୍ଷାଦାନ ଶୈଳୀ ଓ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଆଲୋଚନା କରାଯାଇଥିଲା । ସୂଚନା ମୁତାବକ ବିପିୟୁଟି ଓ ଭିସୁଟ ଅଧୀନ ସମସ୍ତ ମହାବିଦ୍ୟାଳୟ ନ୍ୟାସନାଲ ବୋର୍ଡ ଆକ୍ରୀଡିସନ୍ ଅଧୀନରେ ପଞ୍ଜୀକରଣ କରିବା ବାଧ୍ୟ । ଏଥିପାଇଁ ଯାହା ସବୁ ଅତ୍ୟାବଶ୍ୟକୀୟ ପ୍ରକ୍ରିୟା ସେ ସବୁର ପୂରଣ କରାଯିବ । ଗୁଣାତ୍ମକ ଶିକ୍ଷାଦାନ ପାଇଁ ଖାଲିପଡିଥିବା ଶିକ୍ଷକ ଓ ପ୍ରଶାସନିକ ପଦବୀ ପୂରଣ,ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା,ଅଡିଟୋରିୟମ୍,ସ୍ମାର୍ଟ କ୍ଲାସ୍ ରୁମ୍ ବ୍ୟବସ୍ଥା,ଶିଳ୍ପ ପ୍ରତିଷ୍ଠାନ ଗୁଡିକ ସହ ଛାତ୍ରଛାତ୍ରୀଙ୍କର ଅନୁବନ୍ଧନ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ଅଭିଯୋଗର ଶୁଣାଣୀ ପାଇଁ ବିଭିନ୍ନ ସ୍ଥାନରେ ୫ଟି ନୋଡାଲ ସେଣ୍ଟର ଖୋଲିବା ପାଇଁ ସହମତି ପ୍ରକାଶ ପାଇଛି । ବିପିୟୁଟି ଓ ଭିଜୁଟ୍ ରେ ଏବଂ ଏ ଦୁଇଗୋଟି ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟ ଗୁଡିକର ଖାଲିଥିବା ମଞ୍ଜୁରପ୍ରାପ୍ତ ପଦବିଗୁଡିକ ଜାନୁଆରୀ ମାସ ସୁଦ୍ଧା ପୂରଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବିପିୟୁଟି ଅକାଡେମିକ ବ୍ୟାଲେଣ୍ଡର,ପରୀକ୍ଷା ପରିଚାଳନା ବ୍ୟବସ୍ଥା ଓ ଛାତ୍ର ଅଭିଯୋଗ ଶୁଣାଣୀ ଏକ ସବୁ ଦିନିଆ ପ୍ରକ୍ରିୟା ହୋଇ ଥିବାରୁ ଏଥିରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ବିଭାଗୀୟ ସଚିବ ଶ୍ରୀ ଚନ୍ଦ୍ରଶେଖର କୁମାର,ଅତିରିକ୍ତ ଶାସନ ସଚିବ ଶ୍ରୀରତ୍ନାକର ରାଉତ,ଡ଼ିଟିଇଟିର ନିର୍ଦ୍ଦେସ୍କ ଶ୍ରୀ ଅରବିନ୍ଦ ଅଗ୍ରୱାଲ,ବିପିୟୁଟି ଓ ଭିଜୁଟ୍ ର କୁଳପତି, ସମସ୍ତ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME