ବିଗତ ଫାଇଲିନରେ ଜଙ୍ଗଲ ବିଭାଗର କ୍ଷତି ଭରଣା ପାଇଁ ୨୩୬୫ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ

45289ଗତ ଅକ୍ଟୋବର ୧୨ଓ ୧୩ ତାରିଖରେ ଘଟିଥିବା ବାତ୍ୟା ଫାଇଲିନ ଯୋଗୁଁ ଜଙ୍ଗଲ ଓ ପରିବେଶ ବିଭାଗ ବହୁ କ୍ଷତିଗ୍ରସ୍ତ ଘଟିଛି । ବିଶଦ ଅନୁସନ୍ଧାନ ପରେ ବିଭାଗ ତରଫରୁ କ୍ଷୟକ୍ଷତି ବିବରଣୀ ପ୍ରସ୍ତୁତ କରାଯାଇ ୨୩୬୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଖର୍ଚ୍ଚ ଅଟକଳ କରାଯାଇ ଭାରତ ସରକାରଙ୍କଠାରୁ ମଞ୍ଜୁରୀ ନିମନ୍ତେ ରାଜ୍ୟ ଯୋଜନା ଓ ସମବାୟ ବିଭାଗକୁ ପତ୍ର ଲେଖାଯାଇଛି । ନନ୍ଦନକାନନ ପ୍ରାଣୀବିଜ୍ଞାନ ପାର୍କର ପୁନଃଉଦ୍ଧାର ନିମନ୍ତେ ୨୪.୫୨ ଲକ୍ଷ ଟଙ୍କା,ଜୀବଜନ୍ତୁ ବାସସ୍ଥାନର ବିକାଶ ପାଇଁ ୩୨୯ ଲକ୍ଷ ଟଙ୍କା,ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୨୯ ଲକ୍ଷ ଟଙ୍କା,ହେନ୍ତାଳବଣର ସୁରକ୍ଷା ଓ ପରିଚାଳନା ପାଇଁ ୯୭.୫୦ ଲକ୍ଷ ଟଙ୍କା,ବାଉଁଶ ମିଶନ ପାଇଁ ୩୩୦ ଲକ୍ଷ ଟଙ୍କା,ଜାତୀୟ ବନୀକରଣ କାର୍ଯ୍ୟକ୍ରମ ପାଇଁ ୧୪୫୫ ଲକ୍ଷ ଟଙ୍କା,ଏହିପରି ମୋଟ ୨୩୬୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇ ଭାରତ ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଅଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟଶ୍ରୀ ରାଉତରାୟ ଏକ ଉଚ୍ଚସ୍ତରୀୟ ବିଭାଗୀୟ ବୈଠକରେ ପରିବେଶ ସନ୍ତୁଳନ ରକ୍ଷା ଓ ସବୁଜିମା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଫାଇଲିନ ପ୍ରଭାବିତ ଅଞ୍ଚଳରେ ଚରାରୋପଣ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି ।

Share in top social networks!
Powered By Indic IME