ଇମ୍ଫାର ଦ୍ଵିତୀୟ ତ୍ରୟମାସିକ ଆୟ ୩୨୩କୋଟି ଟଙ୍କା,୧୪%ବୃଦ୍ଧି ; ଇ.ବି.ଆଇ.ଡି.ଟି.ଏ ୨୭% ବୃଦ୍ଧି ଫଳରେ ୮୦କୋଟି ଟଙ୍କା ହୋଇଛି ।

imfa-logo-bଭାରତର ଅଗ୍ରଣୀ ପୂର୍ଣ୍ଣ ଏକୀକୃତ ଭାଲ୍ୟୁ ଆଡେଡ୍ ଫେରୋ କ୍ରୋମ୍ ପ୍ରସ୍ତୁତ କାରୀ କମ୍ପାନୀ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିଃ (ଇମ୍ଫା),୩୦ ସେପ୍ଟେମ୍ବର ୨୦୧୩ରେ ଶେଷହୋଇଥିବା ଆର୍ଥିକବର୍ଷ ୨୦୧୪ର ଦ୍ଵିତୀୟ ତ୍ରାୟମାସିକ ଫଳାଫଳ ଆଜି ଘୋଷଣା କରିଛି ।
ଆର୍ଥିକବର୍ଷ ୨୦୧୩ ଏବଂ ୨୦୧୪ର ଦ୍ଵିତୀୟ ତ୍ରୟମାସିକ ମୁକ୍ଷାଂଶ
• ରାଜସ୍ୱ ୧୪% ବୃଦ୍ଧିଫଳରେ ଟ.୩୨୨.୬୭ କୋଟି (ଟ.୨୮୪.୧୩କୋଟି)
• ଇବିଆଇଡିଟିଏ ୨୭% ବୃଦ୍ଧି ଫଳରେ ଟ.୮୦.୪୮କୋଟି(ଟ.୬୩.୪୧କୋଟି)
• ନେଟ୍ ଲାଭ ୩୫% ହ୍ରାସ ଫଳରେ ଟ.୧୪.୪୨କୋଟି(ଟ.୨୧.୭୭କୋଟି)
• ରପ୍ତାନି ୨୯%ବୃଦ୍ଧିଫଳରେ ଟ.୨୭୪.୩୧କୋଟି(ଟ.୨୧୨.୭୦କୋଟି)
ଆର୍ଥିକବର୍ଷ ୨୦୧୩ଓ୨୦୧୪ ର ଷାଣ୍ମାସିକ ମୁକ୍ଷାଂଶ
• ୫୮୨.୭୧ କୋଟି ତୁଳନାରେ ୬୨୯.୬୩ କୋଟି ଟଙ୍କାର ରାଜସ୍ୱ
• ୧୫୪.୭୭ କୋଟି ତୁଳନାରେ ୧୭୦.୨୧ କୋଟି ଟଙ୍କାର ଇ.ବି.ଆଇ.ଡି.ଟି.ଏ
• ୫୦.୨୨ କୋଟି ତୁଳନାରେ ୨୪.୨୯ କୋଟି ଟଙ୍କାର ନେଟ୍ ଲାଭ
• ୪୫୪.୧୧କୋଟି ତୁଳନାରେ ୫୨୨.୭୫କୋଟି ଟଙ୍କାର ରପ୍ତାନି
ବାଣିଜ୍ୟ ବିକାଶ
• ୨x ୬୦ ମେଗାୱାଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ପ୍ରଥମ ୟୁନିଟ୍ ର ପୂର୍ଣ୍ଣ ଦକ୍ଷତାର ସହିତ କାର୍ଯ୍ୟ କରୁଛି । ୨ୟ ୟୁନିଟ୍ ଟି କମିଶନ ହେବା ପର୍ଯ୍ୟାୟରେ ଅଛି ଏବଂ ମାସେ ମଧ୍ୟରେ ଏହାର ପରୀକ୍ଷଣ ହେବ ।
• ଯୋଜନା ମୁତାବକ ଡିସେମ୍ବର ୨୦୧୩ ଶେଷ ସୁଦ୍ଧା ଥେରୁବାଲିସ୍ଥିତ ୪୮ ଏମଭିଏ ଫର୍ଣ୍ଣେସ୍ ର ଆନୁସଙ୍ଗିକ ସୁବିଧାଗୁଡିକ ପୁଣିଥରେ ଆରମ୍ଭ ହେବ
• ଉତ୍କଳ କୋଲ୍ ଲିମିଟେଡ ପାଇଁ ଓଡିଶା ସରକାରଙ୍କ ମଞ୍ଜୁରୀ ଆନିମୋଦନକୁ ଅପେକ୍ଷା କରାଯାଇଛି ।

Share in top social networks!
Powered By Indic IME