ରାଜ୍ୟର ବନ୍ୟା ଓ ବାତ୍ୟା ଦୁର୍ଗତଙ୍କ ପାଇଁ ତ୍ରିପୁରା ସରକାରଙ୍କ ଏକ କୋଟି ଟଙ୍କା ପ୍ରଦାନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ୧୩୨ କୋଟିରେ ପହଞ୍ଚିଲା

45199
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବନ୍ୟା ଓ ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଦାନର ପରିମାଣ ଆଜି ସୁଦ୍ଧା ୧୩୨ କୋଟି ୪ ଲକ୍ଷ ୧୭ ହଜାର ଏଗାରଶହ ଦଶରେ ଟଙ୍କା ପହଞ୍ଚିଲା । ଓଡିଶାର ବନ୍ୟା ଓ ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ ତ୍ରିପୁରା ସରକାର ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଣିକ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପାତ୍ର ଲେଖି ବାତ୍ୟା ଓ ବନ୍ୟା ଦୁର୍ଗତଙ୍କ ପ୍ରତି ସମବେଦନା ଜଣାଇ ଏକ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତ୍ରିପୁରା ସରକାରଙ୍କ ସହୃଦୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡକୋ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲାବେଳେ ପସ୍କୋ ଇଣ୍ଡିଆ ପକ୍ଷରୁ ଏକ କୋଟି ଟଙ୍କା,ଇମ୍ଫା ପକ୍ଷରୁ ୫୦ ଲକ୍ଷ ଟଙ୍କା,କଳିଙ୍ଗ ମାଇନିଂ କମ୍ପାନୀ ପକ୍ଷରୁ ୨୫ ଲକ୍ଷ ଟଙ୍କା,AES ପକ୍ଷରୁ ୨୫ ଲକ୍ଷ ଟଙ୍କା,ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା,ଓଡିଶା ରାଜ୍ୟ ପତ୍ୟାଗାର ନିଗମ ପକ୍ଷରୁ ୨୦ ଲକ୍ଷ ଟଙ୍କା,ପାରାଦୀପ,ଟ୍ରକ,ଡମ୍ଫର,ତୈଳ ବିଶୋଧନା ଗାର ଶ୍ରମିକ ୟୁନିୟନ ଓ ବଣିକ ସଂଘ ଓ east coast beverage କର୍ମଚାରୀଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା,ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇଲକ୍ଷ ଟଙ୍କା କେନ୍ଦ୍ରାପଡା ସତ୍ୟମ ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ଲକ୍ଷ ଟଙ୍କା,ଓଡିଶା ସଚିବାଳୟ ଅଡିଟିର ସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କା,ବ୍ରହ୍ମଦେବ ବାଣିଜ୍ୟ କେୟାର ଭୁବନେଶ୍ଵର ପକ୍ଷରୁ ଏକଲକ୍ଷ ଟଙ୍କା କଟକ textile ବଣିକ ସଂଘ ପକ୍ଷରୁ ଦୁଇ ଲକ୍ଷ ଟଙ୍କା,ଖଣ୍ଟୁଣୀ ଟ୍ରକ ମାଲିକ ସଂଘ ପକ୍ଷରୁ ୫୧,୦୦୦ ହଜାର ଟଙ୍କା,ନୂଆ ବାପୁଜୀ ନଗର କଲ୍ୟାଣ ସଂଘ ପକ୍ଷରୁ ୩୯ ହଜାର ଟଙ୍କା।ନାଳକୋ ମହିଳା କ୍ଲବ ପକ୍ଷରୁ ଏକ ଲକ୍ଷ ଟଙ୍କା,ଭିଏସଏସ ନଗର ପୂଜା ସମିତି ଭୁବନେଶ୍ଵର ପକ୍ଷରୁ ୨୧ ହଜାର ଟଙ୍କା,ଚେଣ୍ଡିପଡା STSC Association ପକ୍ଷରୁ ୨୦ହଜାର ଟଙ୍କା ଏବଂ ଭୁବନେଶ୍ଵରର ରାଜଲକ୍ଷ୍ମୀ ଦାସ ୧୨ ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଛି । ଉପରୋକ୍ତ ଅନୁଷ୍ଠାନର କର୍ମଚାରୀ ମାନେ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରିଲିଫ ପାଣ୍ଠିକୁ ଚେକ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!
Powered By Indic IME