କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ

କେନ୍ଦ୍ର ସରକାର ସୋମବାର ଏହାର କର୍ମଚାରୀଙ୍କ ପାଇଁ 7 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ଜୁଲାଇ ପହିଲାରୁ ଏହା ଲାଗୁ ହେବ। ପୂର୍ବରୁ ଡିଏ 65 ପ୍ରତିଶତ ଥିଲାବେଳେ ବର୍ତ୍ତମାନ ଏହା 72 ପ୍ରତିଶତକୁ ବୃଦ୍ଧି ପାଇଛି। ଏଧିଯୋଗୁ 80 ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ସରକାରଙ୍କୁ ଏଥିପାଇଁ ବାର୍ଷିକ 7,408 କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେବ। ଏ ନେଇ ନିଆଯାଇଥିବା ଏକ ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

 

 

Share in top social networks!