ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ୨ରୁ ପ୍ରତାପ ଭାରତୀୟ ଦଳର ମ୍ୟାନେଜର

images (4)ନଭେମ୍ବରରୁ ୧୦ ତାରିଖ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ୩ୟ ପୁରୁଷ ଓ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ପୁରୁଷ ଟୁର୍ଣ୍ଣାମେଣ୍ଟରେ ଭାରତ,ପାକିସ୍ତାନ,ମାଲେସିଆ,ଚୀନ,ଓମାନ ଓ ଆୟୋଜକ ଜାପାନ ତଥା ମହିଳାରେ ଭାରତ,ମାଲେସିଆ,ଚୀନ,ଜାପାନ ଦଳ ଭାଗନେବେ । ୧ ତାରିଖ ଦିନ ଜିଫୁ ଗ୍ରାଣ୍ଡ ହୋଟେଲରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହକି ଇଣ୍ଡିଆର ଉପସଭାପତି ତଥା ହକି ଓଡିଶାର ସାଧାରଣ ସଂପାଦକ ପ୍ରତାପ ଶତପଥୀ ଭାରତୀୟ ହକି ଦଳର ମ୍ୟାନେଜର ନିଯୁକ୍ତି ହୋଇଛନ୍ତି । ଶ୍ରୀ ଶତପଥୀ ୨୯ ତାରିଖ ଦିନ ଭାରତୀୟ ଦଳ ସହ ନୂଆଦିଲ୍ଲୀରୁ ଜାପାନ ଅଭିମୁଖେ ଯାତ୍ରା କରିବେ ।

Share in top social networks!
Powered By Indic IME